ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ବ୍ଲକ ଅନ୍ତର୍ଗତ ନେତୁଆ ପଂଚାୟତର କମାର ଶାଳିଆ ଗାଁରେ ଥିବା ମନୋରଂଜନ ସୀମାନ୍ତ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ବାରିପଦା ସ୍ଥିତ ଗୋପବଂଧୁ ଶିକ୍ଷା ଓ ଶିକ୍ଷକ ପ୍ରଶିକ୍ଷଣ କେନ୍ଦ୍ରର ଅଧକ୍ଷ୍ୟ ଡ. ବିଜୟ କୁମାର ମହାନ୍ତି ଅଧ୍ୟକ୍ଷତା କରି ଏକ ବିଦ୍ୟାଳୟର ବାର୍ଷିକ ଉତ୍ସବର ଯଥାର୍ଥତା ଓ ଛାତ୍ରମାନଙ୍କ ଶିକ୍ଷା ସଂପର୍କରେ କହିଥିଲେ । ଏଥିରେ ମୁଖ୍ୟ ଅତିଥିଭାବେ ପୂର୍ବତନ କଲେଜ ଅଧ୍ୟକ୍ଷ ଜିତାରାମ ଦେ ଯୋଗ ଦେଇ ଏକ ଅନୁଷ୍ଠାନର ବିଗତ ଏକ ବର୍ଷର ଇତିହାସ ଜାଣି ଜଣାଇବା ଓ ପାଳନର ଆବଶ୍ୟକତା ସଂପର୍କରେ କହିଥିଲେ । ମୁଖ୍ୟ ବକ୍ତାଭାବେ ଭୋଗରାଇ ନୋଡାଲ ଅଫିସର ରାଜେନ୍ଦୁ ବିକାଶ ପାତ୍ର, ସମ୍ମାନୀତ ଅତିଥି ଯୋଗେଶ ଚନ୍ଦ୍ର ରାଉଳ, ସି.ଆର୍.ସି.ସି. ସରୋଜ କୁମାର ପ୍ରଧାନ, ସରପଂଚ ମମତା ରାଣୀ ହୁଇ, ସମିତି ସଦସ୍ୟ ସୁରେଶ ଚନ୍ଦ୍ର ଜେନା ପ୍ରମୁଖ ଯୋଗ ଦେଇ ବିଦ୍ୟାଳୟରେ ବାର୍ଷିକ ଉତ୍ସବରେ ଛାତ୍ରଛାତ୍ରୀଙ୍କର ଭାବାବେଗର ପ୍ରରିପ୍ରକାଶ ହୋଇଥାଏ ବୋଲି ପ୍ରକାଶ କରିଥିଲେ । ଛାତ୍ରୀ ପ୍ରିୟା ମହାନ୍ତି ଓ ଛାତ୍ର ପ୍ରିୟବ୍ରତ ସାହୁ ଯୁଗ୍ମ ଭାବେ ମଂଚ ଆହ୍ୱାନ, ପ୍ରଧାନ ଶିକ୍ଷକ ରାଜେନ୍ଦ୍ର କୁମାର ଦତ୍ତଙ୍କ ବିବରଣୀ ପାଠ, କରିଥିବା ବେଳେ ଅରବିନ୍ଦ ସାମଲ ଧନ୍ୟବାଦ ଅର୍ପଣ କରିଥିଲେ । ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ସାଂସ୍କୃତିକ କାର୍ଯ୍ୟକ୍ରମରେ ଭାଗ ନେଇଥିବା ବେଳେ ହେମେନ୍ତ କୁମାର କରଙ୍କ ତତ୍ୱାବଧାନରେ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା ।
ରିପୋର୍ଟ : ଭୂପତି କୁମାର ପରିଡା