ଭୁବନେଶ୍ୱର (ସମୃଦ୍ଧ ଓଡିଶା) ଗତ ଦୁଇଦିନ ପୂର୍ବରୁ ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀଙ୍କର ବ୍ୟକ୍ତିଗତ ସଚିବ ତଥା ବରିଷ୍ଠ ଓଏଏସ୍ ଅଫିସର ସୁଧାକର ନାୟକଙ୍କୁ ସରକାର ପ୍ରତ୍ୟାହାର କରିନେଇଥିଲେ। ଆଜି ଅଚାନକ ମନ୍ତ୍ରୀ ପଦରୁ ରୋହିତ ପୂଜାରୀଙ୍କୁ ବିଦାୟ ଦେଲେ ନବୀନ ବାବୁ । ପୁଣି ଦୁଇ ତିନି ଘଣ୍ଟା ନ ପୁରୁଣୁ ଉଚ୍ଚ ଶିକ୍ଷା ବିଭାଗର ସଚିବ ବିଷ୍ଣୁ ପଦ ସେଠୀଙ୍କୁ ବି ଛାଡିଲେ ନାହିଁ । ତାଙ୍କୁ ବି ଆଜି ସନ୍ଧ୍ୟାରେ ବିଦାୟ କରିଛନ୍ତି। ରାଜଧାନୀରେ ଏ ନେଇ ରାଜନୀତି ସରଗରମ ହୋଇଥିବା ବେଳେ ବିଭାଗର ଉଚ୍ଚାଧିକାରୀ ତଥା ମୁଖିଆମାନଙ୍କୁ ବିଦାୟ ଦେବାର ରହସ୍ୟକୁ ନେଇ ବୁଦ୍ଧିଜୀବୀ ମହଲ ନବୀନ ବାବୁଙ୍କ ଶାସନ ପ୍ରତି ଆଙ୍ଗୁଳି ନିର୍ଦେଶ କରି ପାରୁ ନାହାନ୍ତି । ସେଇଥି ପାଇଁ ତ ଆଜିକୁ ୨୩ ବର୍ଷ ଧରି ଶାସନ କରୁଥିଲେ ମଧ୍ୟ ନବୀନ ବାବୁଙ୍କ ଲୋକ ପ୍ରିୟତା ବଢି ବଢ଼ି ଚାଲିଛି । ଉଲ୍ଲେଖ ଯୋଗ୍ୟ ଯେ ଗତ କିଛିଦିନ ପୂର୍ବରୁ ନବୀନ ବାବୁ ଉଚ୍ଚ ଶିକ୍ଷା ବିଭାଗର ସମୀକ୍ଷା କରିଥିଲେ ସେଥିରେ ବୋଧହୁଏ ସେ ଏମାନଙ୍କ କାର୍ଯ୍ୟ ଦକ୍ଷତା ପ୍ରତି ସନ୍ତୋଷ ନ ଥିଲେ । ସେଇ କାରଣରୁ ସେ ଏଭଳି ନିଷ୍ପତି ନେଇଛନ୍ତି ବୋଲି ଚର୍ଚ୍ଚା ହେଉଛି । ଭଗବାନ ଯାହା କରନ୍ତି ଯାହା ହେଉଛି ତାହା ପ୍ରାଣୀର ମଙ୍ଗଳ ସକାଶେ । ଦେଖାଯାଉ ଆଗକୁ କଣ ହେଉଛି ।
ରିପୋର୍ଟ : ପ୍ରଭାତ କୁମାର ବେହେରା