

ପୋଲସରା (ସମୃଦ୍ଧ ଓଡିଶା) ପୋଲସରା ବ୍ଲକ ଅନ୍ତର୍ଗତ ୩ଗୋଟି ପଞ୍ଚାୟତର ମନ୍ଦାର ପଞ୍ଚାୟତ କାର୍ଯ୍ୟାଳୟ ଠାରେ “ମୋ ଗାଁରେ ତହସିଲ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜନ ସାଧାରଣଙ୍କ ସମସ୍ୟା ଶୀଘ୍ର ସମାଧାନ କରିବା ନିମନ୍ତେ କର୍ମଚାରୀମାନଙ୍କୁ ନିର୍ଦ୍ଧେଶ ଦେଇଥିଲେ । ପୋଲସରା ଏଟିଓ, ବିଡ଼ିଓ, ସରକାରୀ କର୍ମଚାରୀ, ସରପଞ୍ଚ ସମିତି ସଭ୍ୟଙ୍କ ସମେତ ବହୁ ଗ୍ରାମବାସୀ ଉପସ୍ଥିତ ଥିଲେ ।
ରିପୋର୍ଟ : ଦକ୍ଷିଣାଞ୍ଚଳ ବ୍ୟୁରୋ ଚିଫ ନିମାଇଁ ଚରଣ ପଣ୍ଡା