

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ସମଗ୍ର ରାଜ୍ୟରେ ରାଜନୈତିକ ପ୍ରତିହିଂସା ହୁ ହୁ ହୋଇ ବଢିବାରେ ଲାଗିଛି । ଏଥିରୁ ବାଦ ପଡିନି ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଗଞ୍ଜାମ । ପ୍ରମୂଖ ଭାବରେ ବାଚଷ୍ପତିଙ୍କ ନିର୍ବାଚନ ମଣ୍ଡଳୀ ଅଶାନ୍ତ ହେଉଛି । ବିରୋଧୀଙ୍କ ପ୍ରତି ପ୍ରତିହିଂସା କମିବା ନା ଧରୁନି । ବହୁସ୍ତରରୁ ଅଭିଯୋଗ ହେଉଥିବା ଦୁର୍ନୀତିର ଗନ୍ତାଘର ଏବଂ ପ୍ରିୟାପୀତି ତୋଷଣର ନିର୍ବଚନ ମଣ୍ଡଳୀ ଦିଗପହଣ୍ଡିରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସହ ଅନୀତିଗତ କିଛି ନିର୍ମାଣକୁ ନେଇ ପ୍ରତିବାଦ କରିଆସୁଥିଲେ କରପଡା ପଞ୍ଚାୟତର ଦେଓଖାଳୀର ୱାର୍ଡ ସଭ୍ୟ ଗଣପତି ପାତ୍ର । ଏହା ସରକାରୀ ଦଳକୁ ଅଡୁଆ ପରିସ୍ଥିତିରେ ପକାଉଥିଲା । ୨୦୧୯ ସାଧାରଣ ନିର୍ବାଚନରେ ସେହି ଅଞ୍ଚଳର ଭାଜପା ସପକ୍ଷରେ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକର୍ତ୍ତା ଭାବରେ ଦାୟୀତ୍ୱ ନିଭାଇ ଥିବା ଯୋଗୁଁ ପ୍ରତିପକ୍ଷ ଅସହିଷ୍ଣୁତା ହୋଇ ଛୁରାମାଡ କରିଥିବା ଏହି ବ୍ୟକ୍ତିଙ୍କୁ ଉପଯୁକ୍ତ ଚିକିତ୍ସା ସହ କିଭଳି ସୁରକ୍ଷା ଏବଂ ନ୍ୟାୟ ମିଳିବ ଦିଗପହଣ୍ଡିର ଭାଜପା ବିଧାୟିକା ପ୍ରାର୍ଥୀ ଶ୍ରୀମତି ପିଙ୍କି ପ୍ରଧାନ, ଗଞ୍ଜାମଜିଲ୍ଲା ସଭାପତି କାହ୍ନୁଚରଣ ପତି, ଉପସଭାପତି ଶରତ କୁମାର ସାହୁ (ଝୁଲୁ) ରାଜ୍ୟ ସାଧାରଣ ସଂପାଦକ ବିଭୁତି ଜେନା, ଯୁବ ସାମାଜିକ କର୍ମୀ ଅନନ୍ତ ମହାନ୍ତିଙ୍କ ସହ ଗତ ମଙ୍ଗଳବାର ଦିନ ଏମକେସିଜି ଗସ୍ତକରି ଚିକିତ୍ସକ ଓ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଛନ୍ତି ।
ରିପୋର୍ଟ : ଦକ୍ଷିଣାଞ୍ଚଳ ବ୍ୟୁରୋ ଚିଫ ନିମାଇଁ ଚରଣ ପଣ୍ଡା

