


ଆସିକା(ସମୃଦ୍ଧ ଓଡିଶା)ବଡ଼ ନଦୀ ଶଙ୍ଖ ଉପରେ ମୁକୁନ୍ଦ ପୁର ପାର୍ଶ୍ଵରୁ ଏକ ହାଇୱ। ଓ ବାଇକ୍ ମୁହାଁମୁହିଁ ଧକ୍କାରେ ନାତୁଣୀ ମୃତ ବୟସ ୯, ଝିଅ ଗୀତାଞ୍ଜଳି ମୋହିନୀ ବୟସ ୩୬ ଗୋଡ଼ ଉପରେ ଚକା ମାଡ଼ିଲା ଅଜା (ଚାଳକ)ଏକସ ଆର୍ମୀ ବିନାୟକ ମୋହିନୀ ବୟସ ୭୫ ବିପରୀତ ପାର୍ଶ୍ବକୁ ଛିଟିକି ପଡ଼ି ଖଣ୍ଡିଆ ଖାବରା।ବାପା ଝିଅ ନାତୁଣୀ ୩ ଜଣ ମିଶି ଏକ ବାଇକ୍ ଯୋଗେ ବ୍ରହ୍ମପୁର ରୁ ଗ୍ରାମ ଗହଙ୍ଗୁ ଫେରୁଥିଲେ ସକାଳ ୧୦ଟାବେଳେ ଶଙ୍ଖ ପାର ହେବାକୁ ଅଳ୍ପ ଦୂରଥିଲା ସାମ୍ନା ରୁ ଏକ ହାଇୱ। ନମ୍ବର OR 05AL-6763 ଶଙ୍ଖ କୁ ପ୍ରବେଶ କଲା ସମୟରେ ସ୍କୁଟି ଚାଳକ ଭାରସାମ୍ୟ ହରାଇ ଦୃଘଟଣା ଘଟିଲା। ଘଟଣା ସ୍ଥଳରେ ନାତୁଣୀ ଶ୍ରଦ୍ଧା ବୟସ ପ୍ରାୟ ୯ ମୃତ୍ୟୁ ବରଣ,ଝିଅ ଗୀତାଞ୍ଜଳି ମୋହିନୀ (ଶିକ୍ଷୟିତ୍ରୀ)ବୟସ ପ୍ରାୟ ୩୬ହେବ ଦୁଇଗୋଡ ଉପରେ ଚକମାଡି ଗଲା।ଚାଳକ ଏକସ ଆର୍ମୀ ବିନାୟକ ମୋହିନୀ ବିପରୀତ ପାର୍ଶ୍ବକୁ ଛିଟିକି ପଡ଼ିବାରୁ ଖଣ୍ଡିଆ ଖାବରା ହୋଇଛି। ଘଟଣା ସ୍ଥଳରେ ଆସିକା ପୋଲିସ ପହଞ୍ଚି ହାଇୱ। କୁ ଜବତ୍ କରି ,ମୃତ ନାବାଳିକା, ଗୀତାଞ୍ଜଳି ମୋହିନୀ, ବିନାୟକ ମୋହିନୀ କୁ ଆସିକା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଗୀତାଞ୍ଜଳି ର ଅବସ୍ଥା ସଙ୍କଟାପନ୍ନ ରହିଛି ଏଣୁ ଭୁବନେଶ୍ଵର ସ୍ଥାନାନ୍ତର କରାଯାଇଛି। ଆସିକା ସହରଦେଇ ବହୁଗାଡି ଚଳାଚଳ କରୁଛି । ଉକ୍ତ ସହରଦେଇ ଦୁଇ ଦୁଇଟି ଜାତୀୟ ରାଜପଥ ସଂଯୋଗ କରୁଥିବା ହେତୁ ଅହେତୁକ ଗାଡ଼ି ଚଳାଚଳ ବଢ଼ି ଯାଇଛି।ପ୍ରତିସମୟରେ ଦୃଘଟଣା ଘଟୁଛି। ରୂଷିକୂଲ୍ୟା ନଦୀ ଓ ବଡନଦୀ ଉପରେ ନୂତନ ଆଉ ଦୁଇଟି ଶଙ୍ଖ ହେବା ଜରୁରୀ ଅଟେ।
ରିପୋର୍ଟ : ରଜତ ପଟ୍ଟନାୟକ