ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଆଜି ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀ ଅନ୍ତଭୂକ୍ତ କୁକୁଡାଖଣ୍ଡି ବ୍ଲକର ମସିହା ଖାଲି ଗ୍ରାମରେ କଂଗ୍ରେସ ଦଳର ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଜିଲ୍ଲା କିନ୍ନର କାର୍ଯ୍ୟକାରୀ ସଭାପତି ସାକା ସୁଜିତଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିଲା । ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ଦଳକୁ ସୁଦୃଢ କରିବା ସହ ନିର୍ବାଚନ ମଣ୍ଡଳୀରେ କ.ନେ.ଡି ର ଖୁଣ୍ଡାରାଜ ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୁଦ୍ଧରେ ଲଢ଼ିବାକୁ କର୍ମୀମାନେ ଆଲୋଚନା କରିଥିଲେ । ଓଡ଼ିଶାର ବିକାଶ କେବଳ କଂଗ୍ରେସ ଦ୍ୱାରା ହିଁ ସମ୍ଵଭ ବୋଲି ଜିଲ୍ଲା କଂଗ୍ରେସ ସଭାପତି ତ୍ରିନାଥ ବେହେରା କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା କାର୍ଯ୍ୟକାରୀ ସଭାପତି ପୀତବାସ ପଣ୍ଡା, ଭୋବାଲି ସେଠି, ପ୍ରଫୁଲ ପଣ୍ଡା, ମନୋଜ ସେଠି, ଅରୁଣ ଭୂୟାଁ, ସନ୍ତୋଷ ସେଠୀ, କପାଲ ବାବୁ, ସାଗର ମହାରଣା, ରମେଶ ପଣ୍ଡା, ପିଣ୍ଟୁ ପ୍ରଧାନ, ବାବୁଲା ପଣ୍ଡା, ଶିବ ପ୍ରସାଦ ଦୋରାଙ୍କ ସମେତ ବହୁ କଂଗ୍ରେସ କର୍ମୀମାନେ ଅଂଶ ଗ୍ରହଣ କରିଥିଲେ ।
ରିପୋର୍ଟ : ନିମାଇଁ ଚରଣ ପଣ୍ଡା