

ଛତ୍ରପୁର (ସମୃଦ୍ଧ ଓଡିଶା) ସଂଗୀତ ଜଗତର କିମ୍ବଦନ୍ତୀ ମହମ୍ମଦ ରଫିଙ୍କ ୯୫ତମ ଜନ୍ମ ଜୟନ୍ତୀ ଅବସରରେ ଏକ ସଂଗୀତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ସ୍ଥାନୀୟ ଶିବରାମ ପଟ୍ଟନାୟକ ରିଡିଂ ରୁମ ଠାରେ ଗଞ୍ଜାମ ଜିଲ୍ଲା ସାହିତ୍ୟ ସଂଗୀତ ସଂସ୍କୃତି ସଂଘ ପକ୍ଷରୁ ଜିଲ୍ଲା ସଭାପତି ତଥା ସାହିତ୍ୟିକ ସୁଶାନ୍ତ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କରାଯାଇଥିଲା । ଏଥିରେ କଲିକତାର ପ୍ରସିଦ୍ଧ କଣ୍ଠଶିଳ୍ପୀ ଅଜୟ ଜୟଶୱାଲ ସହ ମଧ୍ୟ ପ୍ରଦେଶ ରାୟପୁରରୁ ଆସିଥିବା ପି.ନିରୋସା ଅନୁରାଧା ସାହୁ ଏବଂ ସୁନାମଧ୍ଵନି କଣ୍ଠଶିଳ୍ପୀ ଭଗବାନ କର ଓ ମାମାଲିଙ୍କ ଗୀତ ପରିବେଷଣ କରି ଜନସାଧାରଣଙ୍କ ମନମୋହିଥିଲେ । ଏହାସହ ସ୍ଥାନୀୟ କଳାକାର ମାନସୀ ଶତପଥୀ, ଶୁଭଶ୍ରୀ ଦୁଲ୍ଲନା ବେହେରା, ଆରାଧନା ସାହୁ ପ୍ରମୁଖ ସଂଗୀତ ପରିବେଷଣ କରିଥିଲେ । ପ୍ରଧାନ ଶିକ୍ଷକ ପି. ଡାଲେୟା ଗୀତ ସହ (ଦେବଦାସ) ଅଭିନୟ କରି ଲୋକଙ୍କୁ ଉତ୍ସାହିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ନାରାୟଣ ରେଡ୍ଡୀ, ଛତ୍ରପୁର ଓକିଲ ସଂଘର ସଭାପତି କେ.ଶିବରାମ ରେଡ୍ଡୀ, ପୂର୍ବତନ ଛତ୍ରପୁର ଓକିଲ ସଂଘର ସଭାପତି ଗୋକୁଳ ପଣ୍ଡା, ଶଙ୍କର ଚକ୍ଷୁ ଚିକିତ୍ସାଳୟର ଉପଦେଷ୍ଠା ବି. ଶ୍ରୀନିବାସ, ଇଂ ରାମଚନ୍ଦ୍ର ପଟ୍ଟନୟକ, ଆଇନଜୀବୀ ଶ୍ୟାମ ସୁନ୍ଦର ପଟ୍ଟନାୟକ, ଛତ୍ରପୁର ନିର୍ବାଚନ ମଣ୍ଡଳୀର ଯୁବ କଂଗ୍ରେସ ନେତା ଭାଗିରଥି ବେହେରା ପ୍ରମୁଖ ମଞ୍ଚାସିନ ଥିଲେ । ପ୍ରାରମ୍ଭରେ ଆଇନଜୀବୀ ବ୍ରଜମୋହନ ଆଚାର୍ଯ୍ୟ ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ନୀଳକଣ୍ଠ ଦାସ, ଉଜୁଆମିନ ଖାନ, ଡି. ଆଦୀନାରାୟଣ ରେଡ୍ଡୀ, ଏସ.କ୍ରିଷ୍ଣା ରେଡ୍ଡୀ, ପ୍ରଫୁଲ କୁମାର ପାଣିଗ୍ରାହୀ, କୈଳାଶ ପଲାଇ, ପି. ଧର୍ମା ରେଡ୍ଡୀ, ପ୍ରମୋଦ କୁମାର ସାହୁ, ରବିନ୍ଦ୍ରନାଥ ପଣ୍ଡାଙ୍କ ସମେତ ସହରର ବହୁ ବୁଦ୍ଧିଜୀବୀ ଏବଂ ଜନସାଧାରଣ ଯୋଗଦେଇ ମନଭରି ଉପଭୋଗ କରିଥିଲେ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା






