ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱରର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସମାଜ କଲ୍ୟାଣ ବିକାଶ ପରିଷଦ ପକ୍ଷରୁ ଆସନ୍ତା ଅକ୍ଟୋବର ୨ତାରିଖରେ ୧୫୦ତମ ଗାନ୍ଧିଜୟନ୍ତି ପାଳନ କରିବ ବୋଲି ଆଜି ଭଂଜଭବନଠାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ନିଷ୍ପତ୍ତି ନିଆଯାଇଛି । ପରିଷଦର ଅଧ୍ୟକ୍ଷ ତଥା ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତିଙ୍କ ପୌରହିତ୍ୱରେ ଅନୁଷ୍ଠିତ ଏହି ବୈଠକରେ କାର୍ଯ୍ୟକାରୀ ଅଧ୍ୟକ୍ଷ ଡ. ରମାକାନ୍ତ ଭଂଜ ପୌରହିତ୍ୱ କରିଥିଲେ । ଗାନ୍ଧିଜୟନ୍ତୀ ଅବସରରେ ସହରରେ ଏକ ଶୋଭାଯାତ୍ରା ଆୟୋଜନ କରାଯିବା ସଂଗେ ସଂଗେ ଗାନ୍ଧିବାଦୀ ବ୍ୟକ୍ତି ମାନଙ୍କୁ ନେଇ ଏକ କର୍ମଶାଳା ଆୟୋଜନ କରାଯିବ ବୋଲି ଏହି ବୈଠକରେ ସର୍ବସମ୍ମତକ୍ରମେ ନିଷ୍ପତ୍ତି ନିଆଯାଇଥିଲା । ଏହି ଅବସରରେ ସ୍ୱାଧୀନତା ସଂଗ୍ରାମୀ, ସାହିତ୍ୟିକ ଓ ସମାଜସେବୀଙ୍କୁ ପରିଷଦ ପକ୍ଷରୁ ସମ୍ବଦ୍ଧିତ କରାଯିବ ବୋଲି ଅଧ୍ୟକ୍ଷ ଶ୍ରୀ ମହାନ୍ତି ଘୋଷଣା କରିଥିଲେ । ରିତି ଯୁଗର କବି ଦୀନକୃଷ୍ଣ ଦାସଙ୍କର ଏକ ପୂର୍ଣ୍ଣାୟବ ପ୍ରତୀମୂର୍ତ୍ତୀ ଜଳେଶ୍ୱର ସହରର ଏକ ପ୍ରମୂଖ ସ୍ଥାନରେ ସ୍ଥାପନ କରାଯିବ ବୋଲି ସର୍ବସମ୍ମତିକ୍ରମେ ନିଷ୍ପତ୍ତି ନିଆଯାଇଥିଲା । ତତ୍ ସଂଗେ ସଂଗେ ନାରୀ ମାନଙ୍କୁ ସମାଜରେ ମୁଖ୍ୟ ସ୍ରୋତରେ ସାମିଲ କରିବାପାଇଁ ପରିଷଦ ପକ୍ଷରୁ ଏକ ବିଶାଳ ମହିଳା ସମାବେଶ ଚୋରମରାଠାରେ ଖୁବ୍ଶୀଘ୍ର ଅନୁଷ୍ଠିତ ହେବ ବୋଲି ଅଧ୍ୟକ୍ଷ ସୂଚନା ଦେଇଥିଲେ । ପ୍ରାରମ୍ଭରେ ପରିଷଦର ସାଧାରଣ ସଂପାଦକ ତଥା ହାଇକୋଟର ବରିଷ୍ଠ ଆଇନ୍ଜିବୀ ରାମଚନ୍ଦ୍ର ଜେନା ବିବରଣୀ ଉପସ୍ଥାପନ କରିଥିବା ବେଳେ ଉପସଭାପତି ସତ୍ୟ ସୁନ୍ଦର ଦାସ, ସୁକୁମାର ରଣା, କୋଷାଧ୍ୟକ୍ଷ ଆଦିତ୍ୟ ନାରାୟଣ ପାତ୍ର, ସଂପାଦକ ଗୋପାଳ ଚନ୍ଦ୍ର ଦତ୍ତ, ଯୁଗ୍ମ ସଂପାଦକ ଅବନୀ ଚାନ୍ଦ, ମନୋଜ ସାସମଲ, ମଧୁଛନ୍ଦା ମହାନ୍ତି, ବରିଷ୍ଠ ସଭ୍ୟ ପ୍ରାଧ୍ୟାପକ ଜୟନ୍ତ କୁମାର ଦାସ, ଅଜିତ୍ କୁମାର ମହାନ୍ତି, ଆଇନ୍ଜିବୀ ତୁଷାରକାନ୍ତି ମହାନ୍ତି. ଲିଙ୍ଗରାଜ ସାହୁ, ଶରତ ଚନ୍ଦ୍ର ପରିଡା, ସଂଜୟ ମହାନ୍ତି, ରବିନାରାୟଣ ପାତ୍ର, ସମାରେନ୍ଦ୍ର ଦାସ, ନବୀନ ଜେନା, ରବିନ୍ଦ୍ର ନାଥ ସେନାପତି, ଶଶାଂକ ଶେଖର ମହାନ୍ତି ପ୍ରମୁଖ ଯୋଗ ଦେଇ ଆଗାମୀ ଦିନରେ ପରିଷଦର ବିଭିନ୍ନ କାର୍ଯ୍ୟକ୍ରମ ସଫଳ ରୂପାୟନ କରିବାପାଇଁ ବିଭିନ୍ନ ପ୍ରକାର ପ୍ରସ୍ତାବ ଆଗତ କରିଥିଲେ । ଶେଷରେ ଆଇନ୍ଜିବୀ ସତ୍ୟନାରାୟଣ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।
ରିପୋର୍ଟ : ଭୂପତି କୁମାର ପରିଡ଼ା