

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ମହାତ୍ମାଗାନ୍ଧୀଙ୍କ ୧୫୦ତମ ଜନ୍ମବାର୍ଷିକୀ ପୂର୍ତ୍ତି ଅବସରରେ ‘ସହରରୁ ଗାଁ’ ଭଳି ଏକ ରାଜ୍ୟସ୍ତରୀୟ ଅନୁଷ୍ଠାନର ପ୍ରଥମ ସ୍ଵନକ୍ଷତ୍ର ୨୦୧୯ ପାଳନ ଉତ୍ସବ ଭୁବନେଶ୍ୱରର ଲୋହିଆ ଏକାଡେମୀ ଠାରେ ଅଣୂସ୍ଥତିରେ ହୋଇଯାଇଛି । ବରିଷ୍ଟ ଶିକ୍ଷାବିତ ତଥା ସମାଜବିଜ୍ଞାନୀ ପ୍ରଫେସର ସ୍ଵାଧୀନାନନ୍ଦ ପଟ୍ଟନାୟକ ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମର ଉଦଘାଟନ କରିଥିଲେ । ଆବାହକ ମାନସ ପଟ୍ଟନାୟକ ପ୍ରାରମ୍ବିକ ସୂଚନା ପ୍ରଦାନ କରିଥିଲା ବେଳେ ମିଳିତ ନିଶା ନିବାରଣ ଅଭିଯାନର ଆବାହକ ପହ୍ମଚରଣ ନାୟକ ବରିଷ୍ଟ ପରିବେଶବିତ ଗ୍ରୀନ ନୋବେଲ ବିଜେତା ପ୍ରଫୁଲ ସାମନ୍ତରା, ବରିଷ୍ଟ ସାମ୍ବାଦିକ ସୁଧୀର ପଟ୍ଟନାୟକ, ଲୋହିଆ ଏକାଡେମୀର ସମ୍ପାଦକ ଦେବା ପ୍ରସାଦ ରାୟ ସ୍ତମ୍ବକାର ଡ଼ଃ. ବିଶ୍ଵତନ୍ତ୍ର ସୂଚନାଧିକାରୀ କର୍ମୀ ପ୍ରଦୀପ ପ୍ରଧାନ ଯୋଗଦେଇ ଗାନ୍ଧିଜୀଙ୍କ ବିଚାରଧାରା ଉପରେ ଆଲୋଚନା କରାଯାଇଥିଲା । ପ୍ରଥମ ଅଧିବେଶନରେ ଭାରତର ଆତ୍ମା କେତେ ଗାଁର, କେତେ ସହରରେ ? ଓ ମୋ ସ୍ୱପ୍ନର ଭାରତ ଓ ମୋର ଦାୟିତ୍ୱ ପ୍ରସଙ୍ଗ ଦ୍ଵିତୀୟ ଅଧିବେଶନରେ ଆଲୋଚନା କରାଯାଇଥିଲା । ଏଥିରେ ସାମାଜିକ ଓ ରାଜନୈତିକ ବ୍ୟବସ୍ଥା ପରିବର୍ତ୍ତନ ପାଇଁ ଅହରହ ସାମୁହିକ ପ୍ରଚେଷ୍ଟା କରୁଥିବା ବ୍ରହ୍ମପୁରର ସମାଜସେବୀ ଅନୁଷ୍ଠାନ ମାନବ ଅଧିକାର ସୁରକ୍ଷା ମଞ୍ଚକୁ ଅନୁଷ୍ଠାନ ଗୌରବ ସମ୍ମାନ, ୨୦୧୯ ଓ ମାନବ ଅଧିକାରର ସୁରକ୍ଷା ଓ ସ୍ୱାଭିମାନ ପାଇଁ ଲଢେଇ କରୁଥିବା ସାମାଜିକ କର୍ମୀ ତଥା ଆଇନଜୀବୀ ଅବନୀ କୁମାର ଗୟାଙ୍କୁ ଯୁବ ପ୍ରେରଣା ସମ୍ମାନ, ୨୦୧୯ ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ମଞ୍ଚର ବିଜୟ ଚନ୍ଦ୍ର ବିଶୋଇ, କିଶୋର ଚନ୍ଦ୍ର ପାତ୍ର, ମନୋଜ ତରାଇ, ନୀଳାଞ୍ଚଳ ନନ୍ଦ, ରମେଶ ବେହେରା, ମାଗୁଣି ନାହାକ, ସତ୍ୟନାରାୟଣ ରାଓ, ଶ୍ରୀନିବାସ ରାଓ ଯୋଗଦେଇ ସମ୍ମାନ ଗ୍ରହଣ କରିଥିଲେ । ଶେଷରେ ମହାତ୍ମାଗାନ୍ଧୀଙ୍କ ଜୀବନୀ ଆଧାରିତ ଚଳଚିତ୍ର ପ୍ରଦର୍ଶନ ଓ ଭୁବନେଶ୍ୱରର ଅର୍ପଣ ଅନୁଷ୍ଠାନ ଦ୍ୱାରା ସଙ୍ଗୀତ ସନ୍ଧ୍ୟା କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା






