


ଛତ୍ରପୁର (ସମୃଦ୍ଧ ଓଡିଶା) ଆସନ୍ତା ଅକ୍ଟୋବର ୨ ତାରିଖ ଦିନ ମହାତ୍ମାଗାନ୍ଧୀ ଜୀଙ୍କ ୧୫୦ତମ ଜୟନ୍ତୀ ଉତ୍ସବ ପାଳନ ଅବସରରେ ରାଜ୍ୟ ସରକାରଙ୍କ ପକ୍ଷରୁ ଅଭିନବ ଉପାୟରେ ଘରେ ଘରେ ଶାନ୍ତି, ପ୍ରେମ ଓ ଅହିଂସା ବାର୍ତ୍ତା ପହଞ୍ଚା ଯାଉଥିବା ଦେଖିବାକୁ ମିଳିଛି । ଏଥିପାଇଁ ପଲ୍ଲୀରୁ ସହର ସବୁଠି ଗଡୁଛି ଅହିଂସା ରଥ । ଭାରତର ସମ୍ବିଧାନର ମୁଖବନ୍ଧରେ ଅହିଂସା ଶବ୍ଦକୁ ଯୋଡିବା ପାଇଁ ଦସ୍ତଖତ ଅଭିଯାନ ମାଧ୍ୟମରେ ଜନସଚେତତା ସୃଷ୍ଟି ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ପଲ୍ଲୀରୁ ସହର ସମସ୍ତ ସ୍ଥାନରେ ଏହି କାର୍ଯ୍ୟକ୍ରମରେ ଆୟୋଜନ କରାଯାଉଛି । ଏହି ଅବସରରେ ଗତକାଲି ଛତ୍ରପୁର ନିର୍ବାଚନ ମଣ୍ଡଳୀ ପକ୍ଷରୁ ବିଧାୟକ ସୁବାଷ ବେହେରାଙ୍କ ନେତୃତ୍ୱରେ କାଲିପଲ୍ଲୀ ଗ୍ରାମ ପଞ୍ଚାୟତର ବଡପୁଟି ଗ୍ରାମ ଠାରୁ ଏହି ଅହିଂସା ରଥ ବାହାରିଥିଲା ।



ପରେ କଣମଣା ଗ୍ରାମ ପଞ୍ଚାୟତ ଦେଇ ଛତ୍ରପୁର ଏନଏସିର ଅପର ବସଷ୍ଟାଣ୍ଡ ଠାରୁ ସଚେତନତା ପଟୁଆରକୁ ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା ଉଦଘାଟନ କରିଥିଲେ । ଏହି ଅବସରରେ ମହାତ୍ମାଗାନ୍ଧୀଙ୍କ ବେଶରେ ସଜ୍ଜିତ ଜଣେ ବ୍ୟକ୍ତି ଏଥିରେ ସାମିଲ ହୋଇଥିବା ବେଳେ ବହୁ ଛାତ୍ରଛାତ୍ରୀ, ବୁଦ୍ଧିଜୀବୀ, ଆଇନଜୀବୀ, ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ଠାରୁ ଆରମ୍ଭ କରି ବିଜୁ ଜନତା ଦଳର ଛାତ୍ର, ଯୁବ ଏବଂ ବରିଷ୍ଠ ନେତା ଓ କର୍ମୀମାନେ ସାମିଲ ହୋଇଥିଲେ । ଏହାସହ ଛତ୍ରପୁର ବ୍ଲକ ଅଧ୍ୟକ୍ଷ ଏମ.ଧନଞ୍ଜୟ ରେଡ୍ଡୀଙ୍କ ସମେତ ସମସ୍ତ ଜନପ୍ରତିନିଧି ଓ ଏନଏସିର ପୂର୍ବତନ କାଉନସିଲର ମାନେ ମଧ୍ୟ ସାମିଲ ହୋଇ ଏହାକୁ ଏନଏସି କଲ୍ୟାଣ ମଣ୍ଡପ ପରିସରକୁ ବର୍ଣ୍ଣାଢ୍ୟ ଶୋଭାଯାତ୍ରା ମାଧ୍ୟମରେ ପାଛୋଟି ନେଇଥିଲେ । ସେଠାରେ ଗାନ୍ଧୀ ଆସିଲେ ଛତ୍ରପୁରକୁ ଏକ ପ୍ରଥ ପ୍ରାନ୍ତ ନାଟକ ପରିବେଷଣ ହୋଇଥିଲା ।

ଅନ୍ୟମାନଙ୍କ ମଧ୍ୟରେ ଛତ୍ରପୁର ବ୍ଲକ ଅଧ୍ୟକ୍ଷ ଏମ.ଧନଞ୍ଜୟ ରେଡ୍ଡୀ, ପୂର୍ବତନ କାଉନସିଲର କିଶୋର ଚନ୍ଦ୍ର ସେନାପତି, ଟି.ଚନ୍ଦ୍ରଶେଖର ରାଓ, ରାଜେଶ କୁମାର ସାହୁ, ଛାତ୍ର ବିଯୁଜନତା ଦଳର ଜିଲ୍ଲା ସଭାପତି ପ୍ରଶାନ୍ତ କୁମାର ପଣ୍ଡା, ଜିଲ୍ଲା କାର୍ଯ୍ୟକାରିଣୀ ସଭ୍ୟ ରବୀନ୍ଦ୍ର ନାଥ ପଣ୍ଡା, ଵିପୁଲିଙ୍ଗି ସରପଞ୍ଚ ଟି ନରସିଂହ ରେଡ୍ଡୀ, ସମିତି ସଭ୍ୟ ଜୟଦେବ ଲେଙ୍କା, ପୂର୍ବତନ ସାଂସଦ ପ୍ରତିନିଧି ବଟକୃଷ୍ଣ ପଣ୍ଡା, ଶ୍ରମିକନେତା ରାଜେନ୍ଦ୍ର ଦାସ, ଶିକ୍ଷାବିତ ସୁଧୀର କୁମାର ସାହୁ, ଯୁବନେତା ଶମ୍ଭୁନାଥ ସ୍ୱାଇଁ, ନାଗେଶ୍ୱର ରାଓ, ସରକାରୀ ଓକିଲ ସୁରେଶ ପଣ୍ଡା, ଭୈରବୀ କୁମାର ପଟ୍ଟନାୟକ, ଉମାକାନ୍ତ ରେଡ୍ଡୀ, ଇନ୍ଦୁ ତ୍ରିପାଠୀ, ଏବିଇଓ ନୃସିଂହ ଚରଣ ମିଶ୍ର, ମିଳିତ ଶିକ୍ଷକ ସଂଘର ସଭାପତି ରବିନାରାୟଣ ବେହେରାଙ୍କ ସମେତ ବିଭିନ୍ନ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ଅଧ୍ୟାପକ, ଅଧ୍ୟାପିକା, ଶିକ୍ଷକ, ଶିକ୍ଷୟତ୍ରୀ ଏବଂ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର ମା ମାନେ ଉପସ୍ଥିତ ରହି ବାପୁଜୀଙ୍କ ବାଣୀକୁ ପ୍ରଚାର କରିଥିଲେ । ସେହିପରି ବଡପୁଟି ଠାରେ ବିଧାୟକ ଶ୍ରୀ ବେହେରା, ଛତ୍ରପୁର ବ୍ଲକ ଅଧ୍ୟକ୍ଷ ଏମ.ଧନଞ୍ଜୟ ରେଡ୍ଡୀ, ଉପାଧ୍ୟକ୍ଷା ଅମିତା ସାହୁ, କାଲିପଲ୍ଲୀ ସରପଞ୍ଚ ଶ୍ରୀରାମ ଚନ୍ଦ୍ର ବେହେରା, ପୂର୍ବତନ ବିଧାୟକ ଅଶୋକ କୁମାର ଚୋୖଧୁରୀ, କଣମଣା ଠାରେ କଣମଣା ସରପଞ୍ଚ ଏସ.ଚକ୍ରପାଣି ରେଡ୍ଡୀ, ସମିତି ସଭ୍ୟା ରଶ୍ମିତା ବେହେରାଙ୍କ ସମେତ ବହୁ ଜନପ୍ରତିନଧି ଏବଂ ଛାତ୍ରଛାତ୍ରୀମାନେ ଅଂଶ ଗ୍ରହଣ କରି ଅହିଂସା ରଥକୁ ସ୍ୱାଗତ କରିଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା

