ହିଞ୍ଜିଳିକାଟୁ (ସମୃଦ୍ଧ ଓଡିଶା) ଜାତିର ପିତା ମହାତ୍ମାଗାନ୍ଧୀ ଓ କସ୍ତୁରବା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ଉପଲକ୍ଷେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭା ଜିଲ୍ଲା ସଂସ୍କୃତି ପରିଷଦ ହିଞ୍ଜିଳିକାଟୁ ପଞ୍ଚାୟତ ସମିତି ମିଳିତ ଆନୁକୁଲ୍ୟରେ ହିଞ୍ଜିଳି ବ୍ଲକ ସଭା ଗୃହ ପରିସରରେ ବ୍ଲକ୍ ଅଧ୍ୟକ୍ଷ ଏନ. ରଘୁନାଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କରାଯାଇଛି । ଏହି ସାଧାରଣ ସଭାରେ ମୁଖ୍ୟବକ୍ତା ଭାବେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ଅବସର ପ୍ରାପ୍ତ ପ୍ରଫେସର ଦାଶରଥି ଭୂଇଁ ଯୋଗ ଦେଇ ଜାତିର ପିତାଙ୍କ ତ୍ୟାଗ ଓ ବଳିଦାନ ସମ୍ପର୍କରେ ଆଲୋକ ପାତ କରାଇଥିଲେ । ଏହାସହ ଅତିଥି ରୂପେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ଲକ୍ଷ୍ମୀକାନ୍ତ ସେଠୀ, ସମ୍ମାନିତ ଅତିଥି ଭାବେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରସନ୍ନ କୁମାର ପାତ୍ର, ମୁନୁସିପାଲଟି କାର୍ଯ୍ୟନିର୍ବାହୀ ଅଧିକାରୀ ଅଶୋକ କୁମାର ପଣ୍ଡା, ପୂର୍ବତନ ବ୍ଲକ୍ ଅଧକ୍ଷ ସୁରେନ୍ଦ୍ର ପ୍ରଧାନ, ବିଶିଷ୍ଟ ସମାଜସେବୀ ଡି. ବିଶ୍ଵନାଥ, ଜିଲ୍ଲା ସଂସ୍କୃତିକ ଅଧିକାରୀ ଶୁକ୍ରୁ ସ୍ୱାଇଁ ପ୍ରମୁଖ ମଞ୍ଚାସୀନ ହୋଇଥିଲେ । ଗୋଷ୍ଠୀ ଉନ୍ନୟନ ଅଧିକାରୀ ଗାନ୍ଧୀ ଅହିଂସା ଓ ସତ୍ୟର ପ୍ରତୀକ ବୋଲି ସମ୍ବର୍ଦ୍ଧନା କରିଥିଲେ । ଏହି ସଭାରେ ହିଞ୍ଜିଳିକାଟୁ ବ୍ଲକର ବହୁ ଜନପ୍ରତିନିଧି, ଖମ୍ବେଆଦୋର କଲେଜ୍ ଅଧ୍ୟକ୍ଷ ରବୀନ୍ଦ୍ର ପାଣିଗ୍ରାହୀ, ଅଧ୍ୟାପକ ସଞ୍ଜୟ କୁମାର ଷଡ଼ଙ୍ଗୀଙ୍କ ସମେତ ବିଦ୍ୟାଳୟର ବହୁ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା