ଶେରଗଡ଼ (ସମୃଦ୍ଧ ଓଡିଶା) ଶେରଗଡ଼ ମହାତ୍ମା ଗାନ୍ଧୀ ଉଚ୍ଚ ବିଦ୍ୟାଳୟଠାରେ ଶେରଗଡ଼ ସାହିତ୍ୟ ସଂସଦ ତରଫରୁ ଏକ ଶାରଦୀୟ ଆସର ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁବାସ ଚନ୍ଦ୍ର ତାରିଣୀ ସଭାପତିତ୍ୱ କରିଥିଲେ ଏବଂ ମୁଖ୍ୟ ଅତିଥି ରୂପେ ବିପ୍ର ଚରଣ ମିଶ୍ର, ମୁଖ୍ୟ ବକ୍ତା-ଶରତ ଚନ୍ଦ୍ର ପଣ୍ଡା, ସମ୍ମାନିତ ଅତିଥି-ଭାଗିରଥି ପଣ୍ଡା ଓ ଭାସ୍କର ରାଉତ ପ୍ରମୁଖ ମଞ୍ଚାସିନ ରହିଥିଲେ । ସଂସଦର ସମ୍ପାଦକ ତଥା ସଂଯୋଜକ କୈଳାଶ ଚନ୍ଦ୍ର ପାଢ଼ୀ ମଞ୍ଚ ପରିଚାଳନା କରିଥିଲେ । କବୟିତ୍ରୀ ଶୁଭସ୍ମିତା ତ୍ରିପାଠୀଙ୍କ ନିଜସ୍ୱ ରଚିତ ବହି ନୀଳତୃଷ୍ଣାକୁ ଆଲୋକପାତ କରି ସମ୍ବର୍ଦ୍ଧନା କରାଯାଇଥିଲା । ଏଥିରେ କବି ନିରାକାର ବିଷୋୟୀ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ଯୁଗଳ ସାହୁ, ପ୍ରଫୁଲ୍ଲ ପଣ୍ଡା, ଅଶୋକ କୁମାର ସାମନ୍ତରାୟ, ଅଶୋକ କୁମାର ସ୍ୱାଇଁ, ବଳରାମ ପାଣିଗ୍ରାହୀ, ସ୍ମିତା ମହାରଣା, ପ୍ରିୟଙ୍କା ପାଢ଼ୀ ଏବଂ ବିଦ୍ୟାଳୟର ଛାତ୍ର ଛାତ୍ରୀମାନେ “ମାମୁଁ ଘର” ବିଷୟକୁ ନେଇ କବିତା, ଗଳ୍ପ ଓ ରଚନା ପାଠ କରି ସଭାକୁ ସାଫଲ୍ୟ ମଣ୍ଡିତ କରିଥିଲେ । ପରିଶେଷରେ ଅନିଲ କୁମାର ତ୍ରିପାଠୀ ଧନ୍ୟବାଦ ଅର୍ପଣ କରି ଉତ୍ସବକୁ ଶେଷ କରିଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା