

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ମହାପ୍ରଭୁ ଲିଙ୍ଗରାଜଙ୍କ ମହାଶିବରାତ୍ରି ଅର୍ଥାତ ଜାଗର ଯାତ୍ରାକୁ ନେଇ ଜାଗର ଯାତ୍ରା । ଚଳଚଞ୍ଚଳ ଏକାମ୍ର କ୍ଷେତ୍ର । ଭଳି କି ଭଳି ଫୁଲରେ ସଜାଯାଉଛି ଶ୍ରୀଲିଙ୍ଗରାଜ ମନ୍ଦିରର ସିଂହଦ୍ୱାର ଓ ଭିତର ବେଢା । ଏଥିପାଇଁ ଆସିଛି ୧୫ ଲକ୍ଷରୁ ଅଧିକ ଟଙ୍କାର ୨୦ ପ୍ରକାରର ରଙ୍ଗବେରଙ୍ଗ ଫୁଲ । କେବଳ ଫୁଲ ନୁହେଁ, ଶ୍ରଦ୍ଧାଳୁଙ୍କ ସୁବିଧା ପାଇଁ ସିଂହଦ୍ୱାର ସମ୍ମୁଖରୁ ୨୦୦ ମିଟର ଯାଏଁ ବ୍ୟାରିକେଡ୍ କରାଯାଇଛି । ଛାଇ ପାଇଁ ଅସ୍ଥାୟୀ ସେଡ୍ ନିର୍ମାଣ ହୋଇଛି । ନୀତି ନିର୍ଘଣ୍ଟ ଅନୁଯାୟୀ ରାତି ୧୦ଟାରେ ଉଠିବ ମହାପ୍ରଭୁଙ୍କ ମହାଦୀପ । ଏଥର ମନ୍ଦିର ବାହାରେ ମଧ୍ୟ ଶ୍ରଦ୍ଧାଳୁ ଦୀପ ଜାଳିପାରିବେ । ସୁରକ୍ଷା ଦୃଷ୍ଟିରୁ ୩୦ ପ୍ଲାଟୁନ୍ ଫୋର୍ସ ମୁତୟନ ସହ ଶ୍ରଦ୍ଧାଳୁଙ୍କ ପାଇଁ ୧୪ଟି ପାର୍କିଂ ପ୍ଲେସ କରାଯାଇଛି ।
ରିପୋର୍ଟ : ଆକାଶ ମିଶ୍ର
