ମହାନଗର ମହୋତ୍ସବର ଅଷ୍ଟମ ସନ୍ଧ୍ୟା…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ସ୍ଥାନୀୟ ଖଲ୍ଲିକୋଟ କଲେଜ ଖେଳ ପଡିଆ ପରିସରରେ ଚାଲିଥିବା ୭ମ ମହାନଗର ମହୋତ୍ସବ ଅଷ୍ଟମ ଦିନରେ ପହଁଚିଛି । ଆସନ୍ତା ଫେବୃୟାରୀ ୫ ତାରିଖ ପର୍ଯ୍ୟନ୍ତ ଚାଲିବ ଏହି ମହୋତ୍ସବ । ମହୋତ୍ସବର ଅଷ୍ଟମ ସନ୍ଧ୍ୟାରେ ଉଦଘାଟକ ରୂପେ ବ୍ରହ୍ମପୁର ଏସପି ପିନାକୀ ମିଶ୍ର ଯୋଗଦେଇ ମହୋତ୍ସବ ସନ୍ଧ୍ୟାକୁ ପ୍ରଦୀପ ପ୍ରଜ୍ଵଳନ କରି ଉଦଘାଟନ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଗଞ୍ଜାମ ଏସପି ବ୍ରିଜେଶ କୁମାର ରଏ ଯୋଗଦେଇ କହିଥିଲେ ଯେ ଗଞ୍ଜାମ ଜିଲ୍ଲା ହେଉଛି ମହୋତ୍ସବର ଜିଲ୍ଲା, ଏହି ଜିଲ୍ଲାରେ କଳାକାରଙ୍କ ଅଭାବ ନଥିବା ବେଳେ ସେମାନଙ୍କ କଳାକୁ ଚିହ୍ନଟ କରିବା ସହ ପରିଚୟ ଦେବା ପାଇଁ ହେଲେ ଏଭଳି ମହୋତ୍ସବର ଆବଶ୍ୟକତା ରହିଛି । ଏହା ସହ ଦୀର୍ଘ ୧୦ ଦିନ ଧରି ଏହି ମହୋତ୍ସବ ଆୟୋଜିତ କରୁଥିବାରୁ ଆୟୋଜକ କମିଟିକୁ ଧନ୍ୟବାଦ ଜଣାଇଥିଲେ । ବରିଷ୍ଠ ସାମ୍ବାଦିକ ଶିବରାମ ପାଣିଗ୍ରାହୀଙ୍କ ଅଧକ୍ଷତାରେ ଆୟୋଜିତ ଏହି ସଭାକାର୍ଯ୍ୟରେ ମହାନଗର ମହୋତ୍ସବର ସଭାପତି ନାରାୟଣ ମହାଙ୍କୁଡ ସଂଯୋଜନା କରିଥିଲେ । ସମ୍ମାନିତ ଅତିଥି ଭାବେ ଇନଟାକ୍ ର ସଭାପତି ଡ଼.ସୁଧାଂଶୁ ପତି, ଡକ୍ଟର ଫୋରମର ସଭାପତି ଡ଼.ଶଙ୍କର୍ଷଣ ପାତ୍ର, ବରିଷ୍ଠ ସାମ୍ବାଦିକ ଅମ୍ବିକା ପ୍ରସାଦ ଦାସ, ବାସୁଦେବ ମହାପାତ୍ର, ମହୋତ୍ସବ ସମ୍ପାଦକ ଗୋପାଳ ପଟ୍ଟନାୟକ, ଯୁଗ୍ମ ସମ୍ପାଦିକା ରଶ୍ମିତା ପାଣିଗ୍ରାହୀ, ଗୋପାଳ କୃଷ୍ଣ ଡାକୁଆ ପ୍ରମୁଖ ମଞ୍ଚାସିନ ଥିଲେ । ପରିଶେଷରେ କୋଷାଧକ୍ଷ ପ୍ରଣୟ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । ମହୋତ୍ସବ ମଞ୍ଚରେ ବ୍ରହ୍ମପୁର ଏସପି ପିନାକୀ ମିଶ୍ର ଓ ଗଞ୍ଜାମ ଏସପି ବ୍ରିଜେଶ କୁମାର ରଏଙ୍କୁ ସମ୍ମାନିତ କରାଯାଇଥିଲା । ପରେ ଆୟୋଜିତ ହୋଇଥିଲା ବିଭିନ୍ନ ସଂସ୍କୃତିକ କାର୍ଯ୍ୟକ୍ରମ । ମହୋତ୍ସବ ର ଅଷ୍ଟମ ସଂଧ୍ୟାରେ ବ୍ରହ୍ମପୁର ସେଣ୍ଟ ଜାଭିୟର ସ୍କୁଲ ପକ୍ଷରୁ ଦେଶତ୍ମୋକ ବୋଧକ ନୃତ୍ୟ, ନାଳନ୍ଦା ଅନୁଷ୍ଠାନ ତରଫରୁ ଗଞ୍ଜାମୀ ଲୋକନୃତ୍ୟ, ବ୍ରହ୍ମପୁର ରୋକଷ୍ଟାର ଡ୍ୟାନ୍ସ ଗ୍ରୁପ ପକ୍ଷରୁ ଆଧୁନିକ ନୃତ୍ୟ, ପଲ୍ଲବୀ କଳା ନିକେତନର ନୃତ୍ୟଶିଳ୍ପୀଙ୍କ ଦ୍ଵାରା ଲୋକ ନୃତ୍ୟ, ଗଂଜାମ କଳା ପରିଷଦ ପକ୍ଷରୁ ଆସାମର ବିହୁ ନୃତ୍ୟ,ପରିବେଷଣ ହୋଇଥିଲା । ଏଥିସହ ମହୋତ୍ସବ ଅଷ୍ଟମ ସନ୍ଧ୍ୟାର ମୁଖ୍ୟ ଆକର୍ଷଣ ଥିଲା ମୟୁରଭଞ୍ଜର ଛଉ ନୃତ୍ୟ ଓ ଭୁବନେଶ୍ୱରର ମର୍ଡନ ଡ୍ୟାନ୍ସ । ରାଜ୍ୟ ସଂସ୍କୃତି ବିଭାଗ ତରଫରୁ ମୟୁରଭଞ୍ଜରୁ ଆସିଥିବା କଳାକାରଙ୍କ ଛଉ ନୃତ୍ୟ ଦର୍ଶକଙ୍କୁ ବେଶ ଆକୃଷ୍ଟ କରିଥିବା ବେଳେ ଭୁବନେଶ୍ୱରରୁ ଆସିଥିବା ଆରିୟାନସ ଡ୍ୟାନ୍ସ ଗ୍ରୁପର ନୃତ୍ୟଶିଳ୍ପୀଙ୍କ ଆଧୁନିକ ନୃତ୍ୟ ଦର୍ଶକଙ୍କୁ ଅନେକ ସମୟ ଧାରୀ ମଂଚ ନିକଟରେ ବାନ୍ଧି ରଖିପାରିଥିଲା । ଅନ୍ୟପଟେ ମହୋତ୍ସବର ଅପରାହ୍ନରେ ଗଞ୍ଜାମ ଜିଲ୍ଲା ପାତ୍ରପୁର ଉପାନ୍ତ ସାହିତ୍ୟ ସାଂସ୍କୃତିକ ସେବା ସଂସଦ ପକ୍ଷରୁ ସାହିତ୍ୟ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ଏଥିରେ ଜିଲ୍ଲାର ବହୁ ସାହିତ୍ୟ ପ୍ରେମୀ ଯୋଗଦେଇ ନିଜ ନିଜର କବିତା ପାଠ କରିଥିଲେ । ଏହାସହ ବିଶିଷ୍ଠ କବି ମାନଙ୍କୁ ମଂଚରେ ସମ୍ମାନିତ କରାଯାଇଥିଲା । ଏହି ମହୋତ୍ସବର ଅନ୍ୟତମ ଆକର୍ଷଣ ହେଉଛି ରାଜ୍ୟ ତଥା ରାଜ୍ୟ ବାହାରର ୧୨୦ରୁ ଉର୍ଦ୍ଧ ଷ୍ଟୋଲ । ଯେଉଁଥିରେ ବିଭିନ୍ନ ଘରୋଇ ଉପକରଣ ସାମଗ୍ରୀ, କୁଟୀର ଶିଳ୍ପ ଆଦି ପ୍ରଦର୍ଶିତ ହେବା ସହ ବିକ୍ରିବଟା କରାଯାଉଛି । ଦିନକୁ ଦିନ ମହୋତ୍ସବ ପଡ଼ିଆରେ ଦର୍ଶକଙ୍କ ଭିଡ଼ ଲାଗିବା ସହ ବିଭିନ୍ନ ଷ୍ଟଲ ଗୁଡିକରେ ଜନ ସାଧାରଣଙ୍କ ଭିଡ଼ ପରିଲିଖିତ ହେଉଛି । ଆୟୋଜିତ ଏହି ମହୋତ୍ସବକୁ ଉପଦେଷ୍ଟା ମନୋଜ କାନ୍ତ ଦାଶ, ପ୍ରଶାନ୍ତ ଦାସ, ଉମା ଶଙ୍କର ପାଣିଗ୍ରାହୀ, ଅଭିରାମ ପାତ୍ର, ଚିଙ୍କୁ ପ୍ରତିନିଧି, ଶଙ୍କର ରଣା,ସତ୍ୟ ଚେତନ ପରିଡା, ସୁଦୀପ ସାହୁ,କାର୍ତ୍ତିକ ପାଣିଗ୍ରାହୀ, ମିହିର ତ୍ରିପାଠୀ, କାହ୍ନୁ ରାଉତ, କେ.ରବୀନ୍ଦ୍ର କୁମାର ଦାସ, ମିଡିଆ ସେଲ ସଂଯୋଜକ ଅସିତ ପଣ୍ଡା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା