


ବ୍ରହ୍ମପୁର(ସମୃଦ୍ଧଓଡିଶା) ବିଶ୍ବର ସର୍ବ ବୃହତ୍ତମ ରାଷ୍ଟ୍ର ର ନାଗରିକ ହିସାବରେ ଆମେ ଗର୍ବିତ। ଅଗଣିତ ସ୍ଵାଧୀନ ସଂଗ୍ରାମୀ ଙ୍କ ବଳିଦାନରେ ପ୍ରାପ୍ତ ଏହି ଗଣତନ୍ତ୍ର ର ସୁରକ୍ଷା ଆମ ସମସ୍ତ ଙ୍କ ଗୁରୁଦାୟିତ୍ଵ ବୋଲି ଆଜି ମହାନ୍ ସଂଘ ପକ୍ଷରୁ ରାମଚନ୍ଦ୍ରପୁର ସ୍ଥିତ ବିଶ୍ୱନିକେତନ୍ ଜରା ନିବାସ ଠାରେ ଗଣତନ୍ତ୍ର ଦିବସ ପାଳନ ଅବସରରେ ସମାଜସେବୀ ତଥା ଉଭୟ ଅନୁଷ୍ଠାନ ର ସଭାପତି ଶ୍ରୀ ସୁଶାନ୍ତ କୁମାର ସାବତ ମତବ୍ୟକ୍ତ କରିଥିଲେ । ବିଶ୍ବ ନିକେତନ ସମ୍ପାଦକ ଶ୍ରୀ ରୁପକନ୍ତ ସାମନ୍ତରା, ଉପସଭାପତି ଶ୍ରୀ ସଞ୍ଜୟ ମାଝୀ ଙ୍କ ସମେତ ସଦସ୍ୟ ସଦସ୍ୟା , ଅନ୍ତେବାସୀ, ଛାତ୍ର ଛାତ୍ରୀ କାର୍ଯ୍ୟ କ୍ରମରେ ଅଂଶ ଗ୍ରହଣ କରିଥିଲେ ।
ରିପୋର୍ଟ : ସୁଶାନ୍ତ ସାବତ

