

ବ୍ରହ୍ମପୁର(ସମୃଦ୍ଧଓଡିଶା)୧୪/୪ ଆଜି ପବିତ୍ର ବିଷୁବ ସମ୍ମିଳନୀ ଅବସରରେ ମହାନ୍ ସଂଘ୍ ପକ୍ଷ ରୁ ରାମଚନ୍ଦ୍ରପୁର ଠାରେ ଅବସ୍ଥିତ ବିଶ୍ବ ନିକେତନ ପରିସରରେ ବିଷୁବ ମିଳନ ପାଳନ ସହ ଶ୍ରୀ ଶ୍ରୀ ବାଲ ବଜରଙ୍ଗୀ ଙ୍କ ପ୍ରତିଷ୍ଠା ଉସବ ହୋମ ଯଜ୍ଞ ନାମ ପଣା ବିତରଣ ସହ ପାଳନ ହୋଇଥିଲା। ସଭାପତି ଶ୍ରୀ ସୁଶାନ୍ତ କୁମାର ସାବତ ଙ୍କ ସଭାପତିତ୍ବରେ ପଣ୍ଡିତ ଶ୍ରୀ ନୀଳମାଧବ ତ୍ରିପାଠୀ ଙ୍କ ଦ୍ଵାରା ହୋମ ଯଜ୍ଞ ଆହୁତ ହୋଇଥିଲା। ସାଧାରଣ ସମ୍ପାଦକ ଶ୍ରୀ ପ୍ରସାନ୍ତ ପାତ୍ର ଓ ତାଙ୍କ ଧର୍ମପତ୍ନୀ କର୍ତ୍ତା କାର୍ଯ୍ୟ ତୁଲାଇଥିବା ବେଳ ଡ ସୌଭାଗ୍ୟ ଲକ୍ଷ୍ମୀ ପଟ୍ଟନାୟକ, ଶ୍ରୀକାନ୍ତ ସାବତ, ଶ୍ରୀ ରୁପକାନ୍ତ ସାମନ୍ତରା, ଶ୍ରୀ ମନୁ ପାଢୀଙ୍କ ସମେତ ବହୁ ସଦସ୍ୟ ସଦସ୍ୟା ଓ ଅନ୍ତେବାସୀ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ।