ଭୁବନେଶ୍ୱର(ସମୃଦ୍ଧଓଡିଶା) ଯୁବଦୋୟ ପକ୍ଷରୁ ରାଷ୍ଟ୍ରୀୟ ଯୁବ ଦିବସ ରେ ରକ୍ତଦାନ ଓ ରନ୍ଧା ଖାଦ୍ୟ ବଣ୍ଟନ ସହ ମହାପୁରୁଷ ତଥା ଦାର୍ଶନିକ ସ୍ବାମୀ ବିବେକାନନ୍ଦଙ୍କ ଜୟନ୍ତୀ ପାଳନ ହୋଇଯାଇଛି । ଯୁବଦୟୋ ପକ୍ଷରୁ ଆଜି ରାଷ୍ଟ୍ରୀୟ ଯୁବ ଦିବସ ଓ ସ୍ବାମୀ ବିବେକାନନ୍ଦ ଙ୍କ 163ତମ ଜନ୍ମଜୟନ୍ତୀ ବେଶ୍ ଉତ୍ସାହ ର ସହ ପାଳିତ ହୋଇଯାଇଛି। ଯୁବଦୟୋ ର ସଭାପତି ବିଶ୍ବଜିତ ଜେନା ଙ୍କ ନେତୃତ୍ବ ରେ ସେକ୍ଟର 17 ସରସ୍ଵତୀ ବିଦ୍ୟା ମନ୍ଦିରରେ ଆୟୋଜିତ କାର୍ଯ୍ୟକ୍ରମ ରେ ଏକ ସ୍ବେଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମ ରେ ରେ ଯୁବ ସ୍ବେଛାସେବୀ ଓ ସ୍ବେଛାସେବୀକା ମାନେ ବହୁ ସଂଖ୍ୟା ରେ ଯୋଗ ଦେଇ ରକ୍ତଦାନ କରିଥିଲେ। ଯୁବତୀ ମାନେ ଅଧିକ ସଂଖ୍ୟା ରେ ଆସି ପ୍ରଥମ କରି ରକ୍ତଦାନ କରି ବେଶ୍ ଉତ୍ସାହିତ ଜଣା ପଡୁଥିଲେ। କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ରଘୁନାଥପାଲୀ ର ବିଧାୟକ ଦୁର୍ଗା ଚରଣ ତନ୍ତୀ ଯୋଗ ଦେଇ ପ୍ରଥମେ ମହାନ ଦାର୍ଶନିକ ତଥା ପ୍ରତି ଯୁବକ ଙ୍କ ଆଦର୍ଶ ସ୍ବାମୀ ବିବେକାନନ୍ଦ ଙ୍କ ଫଟୋଚିତ୍ର ରେ ପୁଷ୍ପମାଲ୍ୟ ଓ ପୁଷ୍ପଗୁଚ୍ଛ ଦେଇ ଶ୍ରଦ୍ଧା ସୁମନ ଜ୍ଞାପନ କରିଥିଲେ।।ପରେ ସ୍ବେଛାକୃତ ରକ୍ତଦାନ ଶିବିର ର ଯୁବ ସ୍ବେଛାସେବୀ ଓ ସ୍ବେଛାସେବୀକା ମାନଙ୍କୁ ଉତ୍ସାହିତ କରିଥିଲେ। ରକ୍ତଦାନ ମହତ ଦାନ ତା ଉପରେ ରକ୍ତଦାତାଙ୍କୁ ବାର୍ତ୍ତା ଦେଇ ଯୁବପିଢି ଆଗକୁ ଆସି ରକ୍ତର ଅଭାବ ପୂରଣ ରେ ପ୍ରମୁଖ ଭୂମିକା ନେବା ପାଇଁ ପରାମର୍ଶ ଦେଇଥିଲେ। ଆୟୋଜିତ ରକ୍ତଦାନ ଶିବିର ରେ ମୋଟ 51 ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା।ପରେ ଆଜି ଜାତୀୟ ଯୁବ ଦିବସ ଅବସରରେ ଯୁବଦୋୟ ପକ୍ଷରୁ ସେକ୍ଟର 16 ସ୍ଥିତ ପିଏଣ୍ଡଟି ବସ୍ତି ରେ ରନ୍ଧା ଖାଦ୍ୟ ବଣ୍ଟନ କରାଯାଇଥିଲା। ଏହି ସମସ୍ତ କାର୍ଯ୍ୟକ୍ରମ ରେ ଯୁବଦୋୟ ସଂଗଠନ ର ଅରୁଣ , ଦେବାଶିଷ,ଛୋଟୁ, ତାରିଣୀ,କାଳିଆ,ସୁମିତ, ସୋନାଲିକା,ଦିକ୍ଷିତ, ଉର୍ବଶୀ, ଶୀବାନୀ, ରିପିକା ଓ ସ୍ମୃତି, ପ୍ରିୟଙ୍କା ଓ ସ୍ନେହ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଆଗାମୀ ଦିନରେ ଯୁବଦୋୟ ବିଭିନ୍ନ ସାମାଜିକ କାର୍ଯ୍ୟ ସହ ଲୋକଙ୍କ ସମସ୍ୟା ସମାଧାନ ଦିଗରେ ତାର କାର୍ଯ୍ୟ ଅବ୍ୟାହତ ରଖିବ ବୋଲି ସଭାପତି ବିଶ୍ବଜିତ ଜେନା ସୂଚନା ପ୍ରଦାନ କରିଥିଲେ।
ରିପୋର୍ଟ : ରଜତ ମହାପାତ୍ର