ଭୁବନେଶ୍ୱର (ସମୃଦ୍ଧ ଓଡିଶା) କୃଷି ଓ ପଞ୍ଚାୟତରାଜ ମନ୍ତ୍ରୀ ପ୍ରଦୀପ ମହାରଥୀ ଇସ୍ତଫା ଦେବାପରେ ମୁଖ୍ୟମନ୍ତ୍ରୀ ତାଙ୍କ ନିକଟରେ ଥିବା ଦୁଇ ବିଭାଗର ଆବଣ୍ଟନ କରିଛନ୍ତି । ଅର୍ଥମନ୍ତ୍ରୀ ଶଶିଭୁଷଣ ବେହେରାଙ୍କୁ କୃଷି ବିଭାଗର ଅତିରିକ୍ତ ଦାୟିତ୍ୱ ପ୍ରଦାନ କରିଥିବାବେଳେ ରମେଶ ମାଝୀଙ୍କୁ ପଞ୍ଚାୟତିରାଜ ବିଭାଗର ଅତିରିକ ଦାୟିତ୍ୱ ପ୍ରଦାନ କରିଛନ୍ତି । ମହାରଥୀଙ୍କ ଇସ୍ତଫା ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ଏହି ଜରୁରୀକାଳୀନ ସମ୍ପ୍ରସାରଣ କରିଥିଲେ ମଧ୍ୟ ଆଗାମୀ ଦିନରେ ମନ୍ତ୍ରୀମଣ୍ଡଳର ବିଧିବଦ୍ଧ ପୁନଃ ସମ୍ପ୍ରସାସରଣ ହେବ ବୋଲି କୁହାଯାଉଛି । ଆଗାମୀ ଦିନରେ ବିଭିନ୍ନ ଘଟଣା ପାଇଁ ଆଉ କିଛି ମନ୍ତ୍ରୀଙ୍କ ମୁଣ୍ଡ ଗଡିପରେ ବୋଲି ମଧ୍ୟ କୁହାଯାଉଛି । ସମ୍ଭବତଃ ୨୦୧୯ ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଶେଷଥର ପାଇଁ ତାଙ୍କ ମନ୍ତ୍ରୀମଣ୍ଡଳ ଅଦଳବଦଳ କରିପାରନ୍ତି । ଅଦଳବଦଳ ବେଳେ ମନ୍ତ୍ରୀମଣ୍ଡଳରୁ ଅତୀତରେ ବାଦ ପଡିଥିବା କିଛି ଯୁବ ବିଧାୟକଙ୍କୁ ସୁଯୋଗ ମିଳିପାରେ ବୋଲି ଚର୍ଚ୍ଚା ଜୋର ଧରିଛି । ଦଳୀୟ ସଂଗଠନ କାମ ପାଇଁ ମନ୍ତ୍ରୀ ମଣ୍ଡଳରୁ କିଛି ଯୁବ ବିଧାୟକଙ୍କୁ ବାଦ ଦିଆଯାଇଥିଲା ।
ରିପୋର୍ଟ : ଆକାଶ ମିଶ୍ର