ଜଳେଶ୍ୱର (ସମୃଦ୍ଧ ଓଡିଶା )ମହିଳାମାନଙ୍କୁୁ ସମାଜରେ ସୁରକ୍ଷା ଦେବାପାଇଁ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ବିଭିନ୍ନ ଯୋଜନା କରୁଥିଲେ ମଧ୍ୟ ଆଜି ସେମାନେ ଅସୁରକ୍ଷିତ ଓ ଅବହେଳିତ ଓ ଆକ୍ରମଣର ଶୀକାର ହେଉଛନ୍ତି । ଯାହାକି ଏପରି ଏକ ଘଟଣା ଦେଖିବାକୁ ମିଳିଛି ଜଳେଶ୍ୱର ଅଂଚଳର ଖୁଲୁଡା ଗ୍ରାମର ଜନୈକ ମହିଳାଙ୍କ ଉପରେ ତଥାକଥିତ ଭାଇଙ୍କ ବିଚ୍ ରାସ୍ତା ଉପରେ ମାଡ ମାରିବା ଘଟଣା । ଘଟଣାରୁ ପ୍ରକାଶ ଜାନୁଆରୀ ୫ ତାରିଖ ଅପରାହ୍ନ ୩ ଘଟିକା ସମୟରେ ମହିଳା ଜଣକ ଜନୈକ ଭାଇଙ୍କ ସହ ମଟର ସାଇକେଲରେ ବ୍ଲକ ବଜାର ଆଡକୁ ଯାଉଥିବା ବେଳେ କେଉଁଝର ଜିଲା ତେଲକୁଇ ଅଂଚଳର ତଥାକଥିତ ସଂପର୍କୀୟ ଭାଇ ନିଶାଗ୍ରସ୍ତ ଅବସ୍ଥାରେ ସାମ୍ନାପଟୁ ଆସି ହେଲମେଣ୍ଟରେ ଭଉଣୀକୁ ମାଡମାରିବା ସହ ଗାଲରେ ଶକ୍ତ ଜାବୁଡା ମାରିଥିଲେ । ଫଳରେ ମହିଳାଙ୍କ ମୁଣ୍ଡ ହାତରେ ଗଭୀର ଆଘାତ ଲାଗିଥିଲା । ସ୍ଥାନୀୟ ଲୋକେ ମଦ୍ୟପ ଭାଇଙ୍କ କାରନାମାକୁ ଦେଖି ତତକ୍ଷଣାତ ଜଳେଶ୍ୱର ପୋଲିସକୁ ଖବର ଦେଇଥିଲେ । ସୂଚନାପାଇ ଘଟଣା ସ୍ଥଳରେ ଜଳେଶ୍ୱର ପୋଲିସ୍ ତୁରନ୍ତ ପହଞ୍ଚି ମଦ୍ୟପ ଭାଇକୁ ଥାନାକୁ ଆଣିଥିଲା । ପରେ ମହିଳା ଜଣକୁ ଆସି ତଥାକଥିତ ଭାଇଙ୍କ ବିରୁଦ୍ଧରେ ଲିଖିତ ଅଭିଯୋଗ କରିଥିଲେ । ସବୁଠାରୁ ଗୁରୁତ୍ୱ ପୂର୍ଣ୍ଣ କଥାହେଲା ମହିଳାଙ୍କ ଲିଖିତ ଅଭିଯୋଗ ଓ ମଦ୍ୟପ ଭାଇଙ୍କ ବୟାନକୁ ସନ୍ଦେହ କରି ଜଳେଶ୍ୱର ପୋଲିସ୍ ଅଧିକ ତଦନ୍ତ ଆରମ୍ଭ କରିଥିଲା । ମାତ୍ର ଯୁବକ ଜଣକ ସେଠାରେ ନିଜକୁ ବଂଚାଇବା ପାଇଁ ପୋଲିସ୍ ଓ କିଛି ଗଣମାଧ୍ୟମ ଆଗରେ ମିଛ ବୟାନ ଦେଇ ଖସି ଯିବାକୁ ଚେଷ୍ଟା କରିଥିଲା । ତଦନ୍ତ ପରେ ଘଟଣା ସଂପର୍କରେ ଯୁବକ ଜଣକ ମିଛକହି ମହିଳାଙ୍କୁ ବ୍ଲାକ ମେଲଂ କରି ଫାଇଦା ଉଠାଇବାକୁ ଚେଷ୍ଟା କରୁଥିବା ଜଣାପଡିବା ପରେ ପୋଲିସ ଦୃଢ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିଥିବା ପ୍ରକାଶ ।
ରିପୋର୍ଟ : ଭୂପତି କୁମାର ପରିଡା