(ସମୃଦ୍ଧ ଓଡିଶା) ପ୍ରତ୍ୟେକ ଲୋକଙ୍କ ଶରୀରରେ ଭିନ୍ନ ଭିନ୍ନ ଦାଗ ଥାଏ। ଏହାସହ ସେମାନଙ୍କ କାର୍ଯ୍ୟକଳାପ ଓ ଆଚରଣ ମଧ୍ୟ ପରସ୍ପର ଠାରୁ ଅଲଗା ହୋଇଥାଏ । ଅଧିକାଂଶ ପୁରୁଷ ଇଚ୍ଛା କରିଥାଆନ୍ତି ଯେ, ତାଙ୍କ ଜୀବନ ସାଥି ଭାଗ୍ୟଶାଳୀ ହୋଇଥାଆନ୍ତୁ । ମାତ୍ର ଶରୀରରେ ଥିବା କେତେକ ସଙ୍କେତ ଦେଖି ତାଙ୍କର ବ୍ୟବହାର ବିଷୟରେ ଜଣାପଡ଼ିଥାଏ । *ଜାଣନ୍ତୁ, କେଉଁ ଲକ୍ଷଣ ଦେଖି କନ୍ୟା ମାନଙ୍କର ଆଚାର ବ୍ୟବହାର ଓ ଭାଗ୍ୟ ବିଷୟରେ ଜଣାପଡ଼ିଥାଏ ।
ଯେଉଁ ମାନଙ୍କର ଆଖି ବଡ଼ – ଏପରି କୁହାଯାଏ ଯେ, ଯେଉଁ ନାରୀମାନଙ୍କର ଆଖି ବଡ଼ ଓ ଆଖିର ଭିତର ଅଂଶ ଅଧିକ ଧଳା ହୋଇଥାଏ, ସେହି ମହିଳା ଚଞ୍ଚଳ ସ୍ୱଭାବର ଅଟନ୍ତି । ଏହିପ୍ରକାରର ମହିଳାମାନେ ନିଜ ଆଖପାଖର ଅଞ୍ଚଳ ସର୍ବଦା ହସଖୁସିରେ ଭରି ଦେଇଥାଆନ୍ତି ।
ଯେଉଁ ମହିଳାମାନଙ୍କର ଜିଭ ଲାଲ ରଙ୍ଗର ହୋଇଥାଏ, ସେମାନେ କୋମଳ ସ୍ୱଭାବର ଓ ତାଙ୍କ ଜୀବନ ସୁଖମୟ ହୋଇଥାଏ । ଏମାନଙ୍କ ଭଲ ଲକ୍ଷଣ କାରଣରୁ ପରିବାର ସଦସ୍ୟଙ୍କ ଭାଗ୍ୟ ଉପରେ ମଧ୍ୟ ଉତ୍ତମ ପ୍ରଭାବ ପଡ଼ିଥାଏ ।
ଏପରି କେତେକ ମହିଳା ଅଛନ୍ତି, ଯେଉଁମାନଙ୍କ ନାକରେ କଳାଜାଇ ଥାଏ । ସେମାନେ ଖୁବ ଭାଗ୍ୟଶାଳୀ ଅଟନ୍ତି । ଏହି ଚିହ୍ନ ଥିଲେ ମହିଳାଙ୍କ ଜୀବନରେ ସୁଖଶାନ୍ତି ରହିବା ସହ ଧନସମ୍ପତ୍ତି ମଧ୍ୟ ପ୍ରାପ୍ତି ହୋଇଥାଏ । ଏହାସହ ଏମାନଙ୍କ ବିଚାରଧାରା ମଧ୍ୟ ଉତ୍ତମ ଅଟେ ।
ଏପରି କୁହାଯାଏ ଯେ, ଯେଉଁ ମହିଳାମାନଙ୍କର ପାଦର ଆଙ୍ଗୁଠି ଅଳ୍ପ ଉଚ୍ଚକୁ ଉଠି ରହିବା ସହ ସାମାନ୍ୟ ବୃତ୍ତାକାର ହୋଇଥାଏ ସେମାନେ ମଧ୍ୟ ଭାଗ୍ୟଶାଳୀ ଅଟନ୍ତି । ପତିବ୍ରତା ଅଟନ୍ତି।
ଯେଉଁ ମହିଳାମାନଙ୍କର ଗୋଇଠି ଗୋଲାକାର ହୋଇଥାଏ, ସେମାନଙ୍କ ଜୀବନରେ ସର୍ବଦା ହସଖୁସି ରହିଥାଏ, ଏହା ଛଡ଼ା ସମସ୍ୟା ଆସିଲେ ମଧ୍ୟ ସହଜରେ ସମାଧାନ ହୋଇଯାଏ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା