ମହିଳାଙ୍କ ଅନୈତିକ କାର୍ଯ୍ୟ ସମ୍ପର୍କରେ ଭିଡିଓ ଭାଇରାଲ : ଥାନାରେ ଅଭିଯୋଗ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ଥାନା ଅନ୍ତର୍ଗତ ପାଇକସିଦା ପଂଚାୟତର କେଶପୁର ଗ୍ରାମର ଝାଡେଶ୍ୱର ଜେନାଙ୍କ ପୁତ୍ରବଧୂ ମାନସୀ(ଛଦ୍ମନାମ) ସହିତ ସରସିଦା ଗ୍ରାମର ପୁରୁସ୍ତମ ବେହେରାଙ୍କ ପୁତ୍ର କାଳିଆଙ୍କ ମଧ୍ୟରେ ଅନୈତିକ କାର୍ଯ୍ୟ ଚାଲିଥିବା ବେଳେ ଘରଲୋକ ଉଭୟଙ୍କୁ ଧରି ମାରପିଟ କରିଥିଲେ । ଘଟଣାରୁ ପ୍ରକାଶ ଗତ ୨୭ ତାରିଖ ବୁଧବାର ରାତ୍ରି ୯ଟାରେ ପୂର୍ବ ଯୋଜନା ମୁତାବକ କାଳିଆ ମାନସୀ ଶୋଇଥିବା ଘରେ ପଶି ଅନୈତିକ କାର୍ଯ୍ୟରେ ଲିପ୍ତରହିଥିବା ବେଳେ ତାର ଦିଅର ଘରର ଫାଙ୍କବାଟେ ସେ ସବୁକୁ ଦେଖି ଭିଡିଓ ଉତ୍ତଳନ କରିଥିଲେ । ସଂଗେ ସଂଗେ ଘରଲୋକଙ୍କୁ ଡାକି କାଳିଆକୁ ବାନ୍ଧି ବହୁତ ପିଟିଥିଲେ । ସ୍ଥାନୀୟ ଗ୍ରାମରକ୍ଷୀ ଏ ସଂପର୍କରେ ଖବର ପାଇ ଜଳେଶ୍ୱର ଥାନାକୁ ଖବର ଦେଇଥିଲେ । ପ୍ରେଟ୍ରୋଲିଂ ଦାୟିତ୍ୱରେ ଥିବା ଥାନା କର୍ମଚାରୀ ଉଭୟଙ୍କୁ ଜଳେଶ୍ୱର ଥାନାକୁ ନେଇଯାଇଥିଲେ । ଘଟଣା ସଂପର୍କରେ ଝାଡେଶ୍ୱର ଜେନାଙ୍କ ପରିବାର ପକ୍ଷରୁ ଅଭିଯୁକ୍ତ କାଳିଆ ବେହେରାଙ୍କ ବିରୋଧରେ ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା ।

ରିପୋର୍ଟ : ଭୂପତି କୁମାର ପରିଡା