

ଜଳେଶ୍ୱର (ସମୃଦ୍ଧ ଓଡିଶା) ଆନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ଆମବଳିଅଠା ସ୍କୁଲ ପରିସରରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ଯାଇଛି । ଏହି ରକ୍ତାଦାନ ଶିବିରରେ କେବଳ ମହିଳାମାନେ ରକ୍ତଦାନ କରିଥିବାରୁ ସାଧାରଣରେ ପ୍ରଶଂସା ପ୍ରକାଶ ପାଇଛି । ଏହି ରକ୍ତଦାନ ଶିବିରକୁ ସରପଞ୍ଚ ଦିପାଳୀ ଜେନା ଓ ନାରୀ ନେତ୍ରୀ ରାଧାରାଣୀ ପାତ୍ର ମିଳିତ ଭାବେ ଉଦ୍ଘାଟନ କରିଥିଲେ । ଡା. ମହେଶ କୁମାର ବିଶ୍ୱାଳ, ବିଜୟ କୁମାର ପଟ୍ଟନାୟକ, ସ୍ୱାତି ସୁଚରିତା ରାଜ ପ୍ରମୁଖ ରକ୍ତ ଗ୍ରହଣରେ ସହାୟତା କରିଥିବା ବେଳେ ଜିଲା ରକ୍ତଦାତା ସଂଘର ସଭାପତି କମଳ ଚକ୍ରବର୍ତ୍ତୀ, କଂଗ୍ରେସ ରାଜ୍ୟ ପ୍ରବକ୍ତା ସୁଦର୍ଶନ ଦାସ, ସୁଦାମ ପାତ୍ର, ବିଭୁରେନ୍ଦ୍ର ଦେ, ସୁବିର ଜେନା, ଉତ୍ତମ କର, ହେମନ୍ତ ଗିରି, ଚିତ୍ତରଂଜନ ପରିଡା, ସୁଶାନ୍ତ ଦେ ପ୍ରମୁଖ ଉପସ୍ଥିତ ଥିଲେ । ଏଥିରେ ମୋଟ ୨୯ ୟୁନିଟ୍ ରକ୍ତ ସଂଗୃହିତ ହୋଇଥିଲା ।
