

ଛତ୍ରପୁର (ସମୃଦ୍ଧ ଓଡିଶା) ଛତ୍ରପୁର ସହର ସ୍ଥିତ ମହିଳା ଡିଗ୍ରୀ ମହାବିଦ୍ୟାଳୟ ପରିସରରେ ଓକେସିଏଲ୍ ପକ୍ଷରୁ ଏକ କ୍ୟାରିୟର କାଉନସେଲିଂ ସେମିନାର ଆୟୋଜିତ ହୋଇଯାଇଛି । ଅଧ୍ୟକ୍ଷା ଡଃ ସୁମିତା ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଓକେସିଏଲର ଗଂଜାମ ଜିଲ୍ଲା ମୁଖ୍ୟ ଏସ୍ ରେଖା ଏବଂ ଗଜପତି ଜିଲ୍ଲା ମୁଖ୍ୟ ଶ୍ରୀକାନ୍ତ ମହାନ୍ତି ଯୋଗଦେଇ ଛାତ୍ରୀମାନଙ୍କୁ ସ୍ନାତକୋତ୍ତର ଶିକ୍ଷା ସମାପ୍ତ କରିବା ପରେ କିପରି ବିଭିନ୍ନ ସୁଯୋଗ ନେଇ ନିଜ ନିଜ ପାଇଁ ଏକ ଭଲ ଭବିଷ୍ୟତ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରିପାରିବେ ସେଥିପାଇଁ ବିଶେଷ ଭାବରେ ବୁଝାଇଥିଲେ । ଅଧ୍ୟାପିକା କଵିତା ସାହୁ, ବନୀତା ନାହାକ, ତପସ୍ୱିନୀ ପରିଡା, ଗୀତାଞ୍ଜଳି ସାମନ୍ତରାୟ ଓ ପି ନାଗାମ୍ମା ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଛାତ୍ରୀମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତରରେ ସେମାନଙ୍କ ମଧ୍ୟରେ ଥିବା ସନ୍ଦେହ ମୋଚନ କରାଯାଇ ଉଚିତ ଦିଗ୍ଦର୍ଶନ ଦିଆଯାଇଥିଲା । ଏଥିରେ ସମସ୍ତ ଛାତ୍ରୀ ଉପସ୍ଥିତ ରହିଥିଲେ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା
