

ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ମହିଳା ସ୍ନାତକ ମହାବିଦ୍ୟାଳୟରେ ଏନ୍.ଏସ୍.ଏସ ଦ୍ୱାରା ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମ ଜୟନ୍ତୀ ପାଳନ କରାଯାଇଛି । ଅଧ୍ୟକ୍ଷା ଡ.ରୀନା ସାହୁ ପ୍ରଦୀପ ପ୍ରଜ୍ଜଳନ ପୂର୍ବକ ଉଦଘାଟନ କରି ନେତାଜୀଙ୍କ ଜୀବନୀ ଉପରେ ଛାତ୍ରୀମାନଙ୍କୁ ବୁଝାଇଥିଲେ । ଏନ୍.ଏସ୍.ଏସ୍ ପ୍ରୋଗ୍ରାମ ଅଫିସର ଡ. ଭାରତୀ ପାଣିଗ୍ରାହୀ ସ୍ୱାଧୀନତା ସଂଗ୍ରାମୀରେ ନେତାଜୀଙ୍କ ଅବଦାନ ତଥା ଆଜାଦ୍ ହିନ୍ଦୁ ଫୈାଜର ଭୁମିକା ବିଷୟରେ ଆଲୋକପାତ କରାଇଥିଲେ । ସ୍ଵେଚ୍ଛାସେବୀ ଛାତ୍ରୀମାନେ ମଧ୍ୟ ନିଜ ନିଜର ବକ୍ତବ୍ୟ ପ୍ରଦାନ କରି ମହାନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମକୁ ରାଜେନ୍ଦ୍ର ପାତ୍ର ଏବଂ ଏଲ.ଦୁର୍ଯ୍ୟଧନ ପରିଚାଳନା କରିଥିଲେ ।
ରିପୋର୍ଟ : କୃଷ୍ଣ କୁମାର ବେହେରା

