



ଭୁବନେଶ୍ୱର(ସମୃଦ୍ଧଓଡିଶା)ସତ୍ୟନଗର ଲେଡିଜ୍ ଫୋରମ୍ ତରଫରୁ ଆଜି ମହିଳା ମାନଙ୍କର ଲୋହିତ ରକ୍ତ କଣିକାର ପରୀକ୍ଷା ମଲ୍ଲିକ କମ୍ପେଲସ୍ ଠାରେ ଅନୁଷ୍ଠିତ ହୋଇଯାଇଅଛି, ଏଥିରେ ପ୍ରାୟ ୧୦୦ ରୁ ଉର୍ଦ୍ଧ୍ବ ମହିଳାଙ୍କର ରକ୍ତ ପରୀକ୍ଷା କରା ଯାଇଥିଲା, ତାହା ଛଡା ଇସିଜି ପରୀକ୍ଷା କରା ଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ସତ୍ୟନଗର ଲେଡିଜ୍ ଫୋରମ୍ ର ସଦସ୍ୟମାନେ ଯୋଗଦାନ କରିଥିଲେ। ସତ୍ୟନଗର ଲେଡିଜ୍ ଫୋରମ୍ ର ସମ୍ପାଦିକା ଶ୍ରୀମତୀ ଅନୁରାଧା ଦାଶ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।ଏହି କାର୍ଯ୍ୟକ୍ରମ ରେ ସତ୍ୟନଗର ଲେଡିଜ୍ ଫୋରମ୍ ର ଯେଉଁ ସଦସ୍ୟା ମାନେ ଯୋଗଦାନ କରିଥିଲେ ସେମାନେ ହେଲେ ଉମାରାଣୀ ତ୍ରିପାଠୀ, ସବିତା ଚମ୍ପତି, ହାରି, ଗୋବିନ୍ଦ ପାତ୍ର, ରୀନା ନାୟକ। ଆପୋଲୋ ହସ୍ପିଟାଲ ର ସହଯୋଗରେ ଏହି କାର୍ଯ୍ୟକ୍ରମ କରା ଯାଇଥିଲା। ସତ୍ୟନଗର ଲେଡିଜ୍ ଫୋରମ୍ ର ଅଭିନବ ପ୍ରୟାସ ଅହରହ ଚାଲିଥିବା ଜଣା ଯାଇଛି ସ୍ବାସ୍ଥ୍ୟ ଉପରେ ଗୁରୁତ୍ୱ ଦେଇ ଏହି ଫୋରମ ମହିଳାମାନଙ୍କ ରକ୍ତ ପରୀକ୍ଷା ସହ ଅନ୍ୟାନ୍ୟ ସାଧାରଣ ସ୍ଵାସ୍ଥ ରକ୍ଷା ପରୀକ୍ଷା ଶିବିର ଆୟୋଜନ ମଧ୍ୟ କରୁଥିବା ଜଣା ପଡିଛି ।
ରିପୋର୍ଟ : ରଜତ ମହାପାତ୍ର