

ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ମହିଳା ସ୍ନାତକ ମହାବିଦ୍ୟାଳୟର ଅଷ୍ଟମ ବାର୍ଷିକ ଉତ୍ସବ ଚଳିତବର୍ଷ ଗଜପତି ଷ୍ଟାଡିୟମ ଠାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଅସ୍ଥିଶଲ୍ୟ ବିଭାଗର ବିଶେଷଜ୍ଞ ଡଃ. ଶାନ୍ତନୁ କୁମାର ପାଢୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ କ୍ରୀଡ଼ାକୁ ଉଦଘାଟନ କରିଥିଲେ । ଉପସ୍ଥିତ ସମସ୍ତ ପ୍ରତିଯୋଗିଙ୍କୁ କ୍ରୀଡ଼ାର ଉପାଦେୟତା ବିଷୟରେ ଉଦବୋଧନ ଦେଇ ଉତ୍ସାହିତ କରିଥିଲେ । ଅଧ୍ୟକ୍ଷା ଡଃ. ରୀନା ସାହୁଙ୍କ ସଭାପତିତ୍ୱରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । କ୍ରୀଡ଼ା ଦାୟିତ୍ୱରେ ଥିବା ଅଧ୍ୟାପିକା ସୁଶ୍ରୀ ମଧୁସ୍ମିତା ପ୍ରଧାନ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ମହାବିଦ୍ୟାଳୟର ପିଇଟି ବିଜୟ ଲକ୍ଷ୍ମୀ ପଣ୍ଡାଙ୍କ ତତ୍ତ୍ଵାବଧାନରେ କ୍ରୀଡ଼ା କାର୍ଯ୍ୟ ସମ୍ପାଦିତ ହୋଇଥିଲା । କ୍ରୀଡ଼ା ଶେଷରେ ମହାବିଦ୍ୟାଳୟର ଅଧ୍ୟକ୍ଷା ସମସ୍ତ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରିଥିଲେ । ଉକ୍ତ କ୍ରୀଡ଼ାରେ ଲିନୁ ସୁବୁଦ୍ଧିଙ୍କୁ ଚମ୍ପିୟାନ ଘୋଷଣା କରାଯାଇଥିଲା । ମହିଳା ମହାବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଏହି କ୍ରୀଡ଼ା ଉତ୍ସବକୁ ସୁପରିଚାଳନା କରିଥିଲେ ।
ରିପୋର୍ଟ – କୃଷ୍ଣ କୁମାର ବେହେରା


