

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀଙ୍କୁ କୁକୁଡ଼ା ପାଳନ ମାଧ୍ୟମରେ ଆତ୍ମନିର୍ଭରଶୀଳ କରାଇବା ପାଇଁ ଜିଲ୍ଲାପ୍ରଶାସନର ଏକ ଅଭିନବ ପ୍ରୟାସ କରାଯାଇଛି l ଦେଶୀ ନାମରେ ନାମିତ ଏହି ଯୋଜନା ମାଧ୍ୟମରେ ପ୍ରତ୍ୟେକ ବ୍ଲକରେ ଆଗ୍ରହୀ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀଙ୍କୁ ଚିହ୍ନଟ କରି କ୍ଲଷ୍ଟର ମାଧ୍ୟମରେ ସେମାନଙ୍କୁ କୁକୁଡ଼ା ପାଳନ ନିମନ୍ତେ ଆବଶ୍ୟକୀୟ ଗୃହ ତିଆରି କରିବା ନିମନ୍ତେ ମନରେଗା ମାଧ୍ୟମରେ ସହାୟତା ଦିଆଯିବା ସହ ସେମାନଙ୍କର ୫୦ ଗୋଟି ୨୮ ଦିନିଆ ସୁସ୍ଥ କୁକୁଡ଼ା ଛୁଆ ପାଳନ ନିମନ୍ତେ ଦିଆଯାଉଛି l ଏଥିପାଇଁ ଏକ କୁକୁଡ଼ା ଚିଆଁ ଯୋଗାଣକାରୀ ସଂସ୍ଥା ସହ ଚୁକ୍ତି କରାଯାଇଛି l ବ୍ଲକ ପଶୁଧନ ନିରୀକ୍ଷକ ଓ ପଶୁ ଚିକିତ୍ସକଙ୍କ ଜରିଆରେ ସେମାନଙ୍କୁ ଆବଶ୍ୟକୀୟ ଚିକିତ୍ସା ପ୍ରଦାନ କରାଯିବାକୁ ଥିବା ବେଳେ ପଶୁମିତ୍ରମାନେ ଏମାନଙ୍କୁ ସହଯୋଗ କରିବେ l ଅଢେଇ ମାସରୁ ୩ ମାସ ମଧ୍ୟରେ ଏହି କୁକୁଡ଼ା ଗୁଡିକ ବିକ୍ରୟ ଯୋଗ୍ୟ ହେବେ l ଚିଆଁ ଯୋଗାଇଥିବା ସଂସ୍ଥା ସମସ୍ତ ବିକ୍ରିଯୋଗ୍ୟ କୁକୁଡାକୁ କିଣିନେଇ ସଂଘକୁ ଅର୍ଥପୈଠ କରିବେ ବୋଲି ସୂଚନା ଦିଆଯାଇଛି l ଏହି ୩ ମାସ ମଧ୍ୟରେ କୁକୁଡ଼ା ଗୁଡିକ ଦେଉଥିବା ଅଣ୍ଡା ଓ କୁକୁଡା ବିକ୍ରି ଫଳରେ ମହିଳା ସଦସ୍ୟମାନେ ଲାଭlନ୍ବିତ ହେବେ ବୋଲି ସୂଚନା ମିଳିଛି l ଛତ୍ରପୁର ବ୍ଲକ ର ସୁନ୍ଦରପୁର ଗ୍ରାମ-ପଞ୍ଚାୟତର ବଳରାମପୁର ଗ୍ରାମ ଠାରେ ବୁଧବାର ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ପହଞ୍ଚି ଏହି ସମ୍ପର୍କିତଏକ ସେମିନାର ଉଦଘାଟନୀ ରେ ଅଧ୍ୟକ୍ଷତାକରିଥିଲେ ଏବଂ ମହିଳା ସଂଘର ୧୦ ଜଣ ସଦସ୍ୟlଙ୍କୁ ଏହି ସହାୟତା ପ୍ରଦାନ କରିଥିଲେ l ସେହିପରି ଗଞ୍ଜାମ ବ୍ଲକର ସୁବଳୟl ଗ୍ରାମପଞ୍ଚାୟତର ଶତ୍ରୁଶୋଲା ଗ୍ରାମରେ ୨୫ ଜଣ ସଦସ୍ୟଙ୍କୁ ୫୦ ଟି ଲେଖାଏଁ ଚିଆଁ ସହ ପାଳନ କେନ୍ଦ୍ରକୁ ଜିଲ୍ଲାପାଳ ଉଦଘାଟନ କରିଥିଲା ବେଳେ ଡିଆରଡିଏ ପିଡ଼ି ସିନ୍ଧେ ଦତ୍ତାତ୍ରେୟ ଭାଉସାହେବ ଉପସ୍ଥିତ ରହିଥିଲେ l



ମହିଳାମାନଙ୍କୁ ଆତ୍ମ ନିର୍ଭରଶୀଳ କରିବାପାଇଁ ଗଞ୍ଜାମଜିଲ୍ଲା ପ୍ରଶାସନର ଆଉ ପାଦେ ଆଗୁଆ ପଦକ୍ଷେପ ଅଭିନନ୍ଦନୀୟ. ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମାନସ ସନ୍ତାନ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ନିଜ କର୍ମକୁଶଳତା ବଳରେ ସାରା ରାଜ୍ୟରେ ଚହଳ ସୃଷ୍ଟି କରିଥିବା ବେଳେ ବର୍ତ୍ତମାନର ଏହି ପଦକ୍ଷେପ ସେମାନଙ୍କୁ ଅଧିକ ଉତ୍ସାହିତ କରିବ ଏଥିରେ ସଂଦେହର ଅବକାଶ ନାହିଁ.