

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗତକାଲି ମହୁରୀ ମଣ୍ଡଳ ହଳଦିଆ ତୈଲିକ ସମାଜ ତରଫରୁ ଆସନ୍ତା ତା ୨୦/୧୦/୨୦୧୯ ରବିବାର ଦିନ ହେବାକୁ ଥିବା ମେଗା ରକ୍ତଦାନ ଶିବିର ସକାଶେ ଏକ ପ୍ରସ୍ତୁତି ବୈଠକ ଆଙ୍କୁସପୁର ଗୋଡ଼ ସ୍ଥିତ କୋଠଘରେ ଅନୁଷ୍ଠିତ ହୋଇଯାଇଛି । ତା ସହିତ ଆମ ସମାଜର ସରକାରୀ ପଞ୍ଜିକୃତ ହୋଇଥିବାରୁ ଏହା ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା । ଆମ ସମାଜ ଉକ୍ତ ବୈଠକରେ ସାମାଜିକ ଉଦେଶ୍ୟ ଓ ଆମ ସମାଜକୁ ପ୍ରତିଷ୍ଠିତ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ଏହି ବୈଠକରେ ସଭାପତିକୀର୍ତ୍ତନ ସାହୁ, ଉପସଭାପତି ପର୍ଶୁରାମ ସାହୁ, ସମ୍ପାଦକ ଗୋପୀନାଥ ସାହୁଙ୍କ ସମେତ ନାରାୟଣ ସାହୁ, ବସନ୍ତ ସାହୁ, ରବୀନ୍ଦ୍ର ପ୍ରଧାନ, ମଧୁସୂଦନ ସାହୁ ଯୋଗ ଦେଇଥିବା ବେଳେ ମହୁରୀ ମଣ୍ଡଳ ଅଞ୍ଚଳର ପ୍ରତିନିଧିମାନେ ମଧ୍ୟ ଯୋଗ ଦେଇଥିଲେ ।
ରିପୋର୍ଟ : ଦକ୍ଷିଣାଞ୍ଚଳ ବ୍ୟୁରୋ ଚିଫ ନିମାଇଁ ଚରଣ ପଣ୍ଡା