

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଢେଙ୍କାନାଳ ସହରର ଲକ୍ଷ୍ମୀ ବଜାର ଅଞ୍ଚଳରେ ମହ୍ଲାର ସାହିର ଯୁବ ଗୋଷ୍ଠୀଙ୍କ ଦ୍ୱାରା ଅସହାୟ ଗରିବ ଲୋକମାନଙ୍କୁ ପନିପରିବା ବଣ୍ଟନ କରାଯାଇଥିବା ଜଣାପଡିଛି । ଖବର ଅନୁଯାୟୀ କରୋନା ଭୁତାଣୁ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ସାରା ଦେଶରେ ଲକଡାଉନ ଜାରୀ ହୋଇଥିବାରୁ ଲୋକମାନେ ଖାଇବାକୁ ନ ପାଇ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ସରକାରୀ ସ୍ତରରେ ଗରିବ, ଖାଉଟି ହିତାଧିକାରୀମାନଙ୍କୁ ଚାଉଳ, ଗହମ, ଡାଲି, ତେଲ ଇତ୍ୟାଦି ବଣ୍ଟନ କରାଯାଉଥିଲେ ମଧ୍ୟ ଦିନ ମଜୁରିଆଙ୍କ ପକ୍ଷରେ ପନିପରିବା କିଣି ଖାଇବା କଷ୍ଟକର ହୋଇପଡିଛି । ମହ୍ଲାର ସାହି ଅଞ୍ଚଳରେ ରହୁଥିବା ଦିନ ମଜୁରିଆମାନଙ୍କ କଷ୍ଟକୁ ଅନୁମେୟ କରି ଏହି ବସ୍ତି ଅଞ୍ଚଳର ଯୁବ ଗୋଷ୍ଠୀ ବିଭିନ୍ନ ଗରିବ, ନିରୀହ ଲୋକମାନଙ୍କ ପାଖରେ ପହଞ୍ଚି ପନିପରିବା ବଣ୍ଟନ କରିଛନ୍ତି । ଯୁବ ଗୋଷ୍ଠୀଙ୍କ ଏଭଳି ଉଦ୍ୟମକୁ ସହରବାସୀ ପ୍ରସଂଶା କରିଥିବା ଜଣାପଡିଛି ।
ରିପୋର୍ଟ : ଶୁଭମ ପାଣି