ବ୍ରହ୍ମପୁର (ସମୃଦ୍ଧ ଓଡିଶା)
ମା’ ତ ପ୍ରଥମେ ଗୋଟିଏ ନାରୀ । ମା’ଙ୍କ ପବିତ୍ରତା ଅନ୍ୟ କେଉଁଠାରେ ନଥାଏ । ତେଣୁ ମା’ ଶଦ୍ଦଟି ପୃଥିବୀର ସବୁଠାରୁ ମଧୁରତମ ଶଦ୍ଦ ଅଟେ । ମା’ ଧରିତ୍ରୀ ଭଳି ସହନଶୀଳା । ମା’ର ମମତା ସାରା ଜଗତକୁ ବଞ୍ଚାଇ ରଖିଛି । ମା’ ଆମର ଜନ୍ମଦାତ୍ରୀ । ସେ ହେଉଛି ଜୀବନ୍ତ ଦେବୀ । ସ୍ନେହ ମମତା ଢାଳି ସନ୍ତାନର ଲାଳନ ପାଳନ କରିବା ସହିତ ନିଜ ଜୀବନରେ କର୍ମ ଓ କର୍ତ୍ତବ୍ୟକୁ ସୁଚାରୁ ରୂପେ ସମ୍ପାଦନ କରି ଘରକୁ କରିଥାଏ ସ୍ୱର୍ଗ । ତା’ର ଏହି ପୁଣ୍ୟ ବଳରେ ପରିବାରର କଲ୍ୟାଣ ସହିତ ସନ୍ତାନ ହୁଏ ସୁଖୀ । ତା’ର ସଂସ୍କାର ଫଳରେ ସନ୍ତାନ ହୁଏ ତେଜୀୟାନ । ସନ୍ତାନ ମାନଙ୍କର ତ୍ୟାଗ ଓ ନିଷ୍ଠାର ପିତା, ମାତା ହୁଅନ୍ତି ଧନ୍ୟ । ପରିବାରର ସମସ୍ତ ସଦସ୍ୟଙ୍କୁ ଏପରି ସ୍ନେହ ମମତାର ବନ୍ଧନରେ ବାନ୍ଧି ଦିଏ ସେଇ ମାତା ଯାହାର ସ୍ଥାନ ସଂସାରର ସମସ୍ତ ଉର୍ଦ୍ଧ୍ୱରେ । ତା’ର ଚେଷ୍ଟାରେ ଘର ହୋଇଯାଏ ବୈକୁଣ୍ଠ । ସେଥିପାଇଁ ତା କଥାରେ ଅଛି – ”ବୈକୁଣ୍ଠ ସମାନ ଅଟେ ସେହି ଘର ପରସ୍ପର ସ୍ନେହ ଯହିଁ ଥାଏ ନିରନ୍ତର”କିନ୍ତୁ କେତେକାଂଶରେ ବିକଳ୍ପ, ମା’ର ସ୍ୱରୂପରେ – ଏପରି ଅନେକ ପ୍ରଶ୍ନ । କ’ଣ ହୁଏ ବିଡମ୍ବନା – ତା’କୁ ନେଇ ସନ୍ଦେହ । ସ୍ନେହ ମମତା ଢାଳି ତ ପାଳୁଛି ସନ୍ତାନକୁ କିନ୍ତୁ ଭବିଷ୍ୟତରେ ରୂପ ଦେଇଛି କୁଳାଙ୍ଗାରର କାହିଁକିନା, ସନ୍ତାନ ତା’କୁ ଛାଡି ଚାଲିଯାଉଛି । ଦୋଷୀ କ’ଣ ସନ୍ତାନ -ଏପରି ଅନେକ ପ୍ରଶ୍ନ । ସେଇ ଧନ ଯୌବନର ଉନ୍ମାଦନା ଯାହା ଦିନେ ତା’କୁ ଗ୍ରାସ କରିଥିଲା । ଆଜି ଆଛାଦିନ କରିଛି ପୁତ୍ରକୁ । ଆଜି ସଂସାରର ପ୍ରତ୍ୟେକ ସନ୍ତାନ ଅନୁଭବ କରୁନାହିଁ ସ୍ମିତ ହସ, ମା’ର ଅବଦାନ । ଏଠାରେ କୌଣସି ମା’ର ନିନ୍ଦା ବା ସ୍ନେହର ଅଭାବ ପରିସପୁଟିତ ହେଉନାହିଁ । ପ୍ରଶ୍ନ ତା କେବଳ ଅଜ୍ଞାନତାର । ମାତୃତ୍ୱ କେବଳ ବକ୍ଷର ଅମୃତ ଦାନାରେ ସୀମିତ ନୁହେଁ । ମା’ ଓ ମମତା ତ ଅପରିସୀମ । କିନ୍ତୁ, ଏହା ବେଶୀ ମାତ୍ରାରେ କଳଙ୍କିତ ହୁଏ ଯେତେବେଳେ ମା’ଟିଏ ତା’ର ସନ୍ତାନମାନଙ୍କୁ ସମଦୃଷ୍ଟିରେ ନଦେଖି ପାତର ଅନ୍ତର କରେ । କେଉଁଠି ପ୍ରାଧାନ୍ୟ ଧନକୁ ତ କେଉଁଠି ଜୋରଦାର ପଣିଆକୁ । ତେଣୁ ପରିବାରରେ ଦେଖାଦିଏ ବିଶୃଙ୍ଖଳା । ସନ୍ତାନ ହୁଏ ମର୍ମାହତ । ସମ୍ପର୍କରେ ଆସେ ଫାଟ । ଜୀବନ ହୋଇଯାଏ ଦୁର୍ବିସହ । ସବୁ ଥାଇ ମଧ୍ୟ ପାଇଯାଏ ଧ୍ୱସ । ଏପରି ମନେହୁଏ ଯେପରି ସନ୍ତାନ ନିଃସ୍ୱ ତେଣୁ ହେ ମାତା ଏ ମସ୍ତବଡ ଭୁଲ ନକରି କଳଙ୍କକୁ ମଥାରେ ନମାରି ସବୁ ମୁହୂର୍ତ୍ତରେ ପ୍ରତିଟି ସନ୍ତାନର ଓଠର ହସ ତୁମେ ହୋଇଯାଅ । ତୁମ ପାଦ ତା’ର ବ୍ରହ୍ମଲୋକ ଓ ଚରଣ ଧୂଳି ହେବ ତା’ର ସ୍ୱର୍ଗ । ପ୍ରତିଟି ମୁହୂର୍ତ୍ତରେ ତମେ ହେବ ତା’ର ସ୍ପନ୍ଦନ । ତୁମ ବିନା ଜୀବନ ହେବ ନିରର୍ଥକ । ବାର୍ଦ୍ଧକ୍ୟ ପର୍ଯ୍ୟନ୍ତ ଏହା ହେବ ସନ୍ତାନର ଉପଲବ୍ଧି । ପବିତ୍ର ମା’ ନାମରେ ତା’ର ସ୍ୱର୍ଗ । ଏହାତ ସମ୍ଭବ ଯେତେବେଳେ ମା’ମାନେ ଅଜ୍ଞାନତାକୁ ତ୍ୟାଗକରି ମମତାର ପବିତ୍ରତାକୁ ହୃଦୟଙ୍ଗମ କରିବେ । ତା’ହେଲେ ତା ସନ୍ତାନ ତା’କୁ ଈଶ୍ୱର ରୂପେ ଦର୍ଶନ କରିବ । ମା’ର ହାତ ଧରି ଜୀବନର ଚଲାପଥରେ ପଥଚ୍ୟୁତ ନହୋଇ ଭବିଷ୍ୟତରେ ହେବ ଏକ ମହାମାନବ । ତା’ ଜୀବନର ସର୍ବସ୍ୱ ଯଥା – ଗୁରୁ, ଈଶ୍ୱର ଓ ମନ୍ତ୍ର ସବୁ ହିଁ ମା’ । ଏହି ଉକ୍ତିର ସତ୍ୟତା ହେବ ପ୍ରତିପାଦିତ । ”ଜନନୀ ଜନ୍ମ ଭୂମି ସ୍ୱର୍ଗାଦପି ଗରୀୟସୀ” ହେ ମା’ ତୁମେ ମହାନ । ସେଥିପାଇଁ ତ ଆମ ପୂର୍ବ ପୁରୁଷ କହିଥିଲେ – ”ଜନମ କାଳରୁ ମୁଖେ ଦେଇ ସ୍ତନ୍ୟ ମାତା ଶିଖାଇଲା ପରାର୍ଥ ଜୀବନ” ଯୁଗେ ଯୁଗେ ମାତାର ଅପମାନ କରିବାର ସତ ସାହସ କରିପାରିବେ ନାହିଁ କୌଣସି ସନ୍ତାନ । ମା’ ନାମ, ମା’ କର୍ମ ସର୍ବଦା ପବିତ୍ର ।
ଲେଖକ – ସରିତା ପଣ୍ଡା, ବ୍ରହ୍ମପୁର
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା
ଧନ୍ୟବାଦ