ମାଆ…

ଓଡ଼ିଆ ସାହିତ୍ୟର ଏକ ଅମୃତ ଭରା ଶବ୍ଦ ଏବଂ ସମାଜରୂପି ଏକ ରଙ୍ଗମଞ୍ଚର ମୁଖ୍ୟ ଚରିତ୍ରର ପରିପ୍ରକାଶ ସତେଅବା ଅସମ୍ଭବ ଏବଂ କଷ୍ଟକର ମନେହୁଏ । ତଥାପି ଆଜିର ଏହି ପବିତ୍ର ମାତୃ ଦିବସରେ ମନେହୁଏ କିଛି ଲେଖିବା ପାଇଁ ସେହି ଦୁର୍ଲଭ ଏବଂ ନିଃସ୍ଵାର୍ଥପର ଚରିତ୍ର “ମାଆ” ଉପରେ । ମାଆ ହେଉଛି ସ୍ନେହ ଓ ପ୍ରେମର ଗନ୍ତାଘର । ଗୋଟିଏ ମାଆର ଜୀବନ ସଦାସର୍ବଦା ଏକ ସଂଘର୍ଷମୟ ଏବଂ କଣ୍ଟକପୁର୍ଣ୍ଣ ରାସ୍ତା ଦେଇ ଗତି କରିଥାଏ । ସାରା ଜୀବନ ସେ କଣ୍ଟକପୁର୍ଣ୍ଣ ରାସ୍ତାରେ ଗତି କଲେ ମଧ୍ୟ ତା ପିଲା ମାନଙ୍କ ପାଦରେ ଗୋଟିଏ କଣ୍ଟାର ଆଘାତ ସେ ସହ୍ୟ କରିପାରେ ନାହିଁ । ମାଆର ଅନ୍ୟ ନାମ ବଳିଦାନ । ପ୍ରସବରୁ ଆରମ୍ଭ କରି ଜୀବନର ଶେଷ ନିଃଶ୍ୱାସ ପର୍ଯ୍ୟନ୍ତ ସେ ପିଲା ମାନଙ୍କର ସୁଃଖ ପାଇଁ ନିଜର ଛୋଟରୁ ଛୋଟ ସୁଖ ଦୁଃଖ ଏବଂ ଆବଶ୍ୟକକୁ ମନରେ ମାରି ଦେଇଥାଏ । ଆଜିର ଆମର ଏହି ରକ୍ତ ମାଂସର ଶରୀର ସେହି ପରମ ପୂଜ୍ୟ ମାଆର ବରଦାନ ଅଟେ । ଗୋଟିଏ ପିଲାର ପ୍ରଥମ ସାଙ୍ଗ, ପ୍ରଥମ ପ୍ରେମ ଏବଂ ସବୁକିଛି ସେହି ମାଆ ହିଁ ହୋଇଥାଏ । ତେବେ ବର୍ତ୍ତମାନ ସମୟରେ ଆମ ସମାଜରେ କିଛି ଖଳ ପ୍ରକୃତିର ଲୋକ ମାନଙ୍କ ସଂଖ୍ୟା ଦିନକୁ ଦିନ ବଢ଼ି ଚାଲିଛି । ସେମାନେ ତାଙ୍କର ମାଆଙ୍କୁ ପରିଣତ ବୟସରେ ନିର୍ଯ୍ୟାତନା ଦେଉଛନ୍ତି, ଯାହା ଏକ ଅମାନବୀୟ ଏବଂ ଅସାମାଜିକତାର ପରିପ୍ରକାଶ ଅଟେ । ଏହା ଏକ ନିନ୍ଦନୀୟ ଅପରାଧ ମଧ୍ୟ । ତେବେ ଆଜିର ଏହି ପବିତ୍ର ଦିବସରେ ଆମେ ଏହି ଶପଥ ନେବା କି ଆମେ ମାନେ ଏହିଭଳି କାର୍ଯ୍ୟକଳାପରୁ ଦୁରେଇ ରହିବା ସହ ବଞ୍ଚିଥିବା ପର୍ଯ୍ୟନ୍ତ ଆମ ମାଆଙ୍କୁ ସମ୍ମାନ ଦେବା ଏବଂ ଆମ ମାଆଙ୍କ ସେବା କରିବା ।

ଗୈାତମ କେଶରୀ ଦାସ
ଗଙ୍ଗାଧର ମେହେର ବିଶ୍ୱ ବିଦ୍ୟାଳୟ, ସମ୍ବଲପୁର