


ଦିଗପହଣ୍ଡି (ସମୃଦ୍ଧ ଓଡିଶା) ଆଜି ମାଉନ୍ଦପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୭୦ତମ ବନ ମହୋତ୍ସବ ପାଳିତ ହୋଇଯାଇଛି । ଏହି ଅବସରରେ ବୃକ୍ଷ ଆମର ଜଳ ସଂରକ୍ଷଣ, ବୃଷ୍ଟିପାତ ଓ ଅମ୍ଳଜାନ ସୃଷ୍ଟିରେ ବିଶେଷ ସହାୟକ ହୋଇଥାଏ, ପରିବେଶ ପ୍ରଦୂଷଣର ସମାଧାନ ପାଇଁ ବ୍ୟାପକ ବନୀକରଣର ଆବଶ୍ୟକତା ରହିଛି, ଅନ୍ୟ ପକ୍ଷରେ ସୁସ୍ଥ ପରିବେଶ ଗଠନ ପାଇଁ ବୃକ୍ଷ ରୋପଣ ହିଁ ଏକମାତ୍ର ମାଧ୍ୟମ ବୋଲି ପିଲାମାନଙ୍କୁ ଶିକ୍ଷକମାନେ ବୁଖାଇଥିଲେ । ଏହାପରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀଙ୍କ ସମେତ ସମସ୍ତ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରି ବିଭିନ୍ନ ପ୍ରକାରର ବୃକ୍ଷ ରୋପଣ କରିଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା


