
ଜଳେଶ୍ୱର (ସମୃଦ୍ଧ ଓଡିଶା) କରୋନ ସଂକ୍ରମଣ ବେଳେ ଥାଲାସେମିଆ ରୋଗୀଙ୍କୁ ରକ୍ତ ଯୋଗାଇବା ନିମନ୍ତେ ଜଳେଶ୍ୱର ନିର୍ବାଚନ ମଣ୍ଡଳୀର ସଂଯୋଜକ ମଧୁସୂଦନ ସେନାପତିଙ୍କ ଆବାହକତ୍ୱରେ ମାକିଡିଆସ୍ଥିତ ସନ୍ତୋଷ କୁମାର ଉଚ୍ଚ ବିଦ୍ୟାଳୟରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମକୁ ବିଧାୟକ ଅଶ୍ୱିନୀ କୁମାର ପାତ୍ର ଉଦ୍ଘାଟନ କରିଥିଲେ । ରକ୍ତ ଭଣ୍ଡାର ଡା. ବସନ୍ତ କୁମାର ଉପାଧ୍ୟାୟ, ଚନ୍ଦନ ସାହୁ, ରାଧାକାନ୍ତ ଘୋଷ, ସମୀର ଘଡାଇ, ଗୌର ଘୋଷ, ନିମାଇଁ ଜେନା, ସଂଜୟ ଘୋଷ, ରମାନାଥ ବାରିକ, ବାସନ୍ତି ପାତ୍ର, ଦୀପକ କାପୁଡିଙ୍କ ପ୍ରତ୍ୟେକ୍ଷ ସହାୟତାରେ ୭୧ୟୁନିଟ୍ ରକ୍ତ ସଂଗୃହୀତ ହୋଇଛି । ସମସ୍ତ ରକ୍ତଦାତାଙ୍କୁ ମାଗଣାରେ ମାକ୍ସ ବଣ୍ଟନ କରାଯାଇଛି ।
ରିପୋର୍ଟ : ଭୂପତି କୁମାର ପରିଡା