ମାକିଡିଆ ସରପଞ୍ଚଙ୍କ ବିରୋଧରେ ଅନାସ୍ଥା ପ୍ରସ୍ଥାବ : ଯାଞ୍ଚ କଲେ ବିଡିଓ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ବ୍ଲକର ମାକିଡିଆ ପଞ୍ଚାୟତ ସରପଞ୍ଚଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆସିଥିବାରୁ ଆଗତ କରିଥିବା ୱାର୍ଡ ସଭ୍ୟସଭ୍ୟାଙ୍କ ଦସ୍ତଖତକୁ ଜିଲ୍ଲା କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶରେ ଜଳେଶ୍ୱର ବିଡିଓ ଯାଞ୍ଚ କରିଛନ୍ତି । ଗତ ୩୦-୧୧-୧୯ରେ ବାଲେଶ୍ୱର ଉପଜିଲ୍ଲାପାଳଙ୍କ ନିକଟରେ ପଞ୍ଚାୟତର ନାଏବ ସରପଞ୍ଚ ବାସନ୍ତି ପାତ୍ର, ଚମ୍ପାବତି କଟୁଆଳ, ହୀରା ହେମ୍ବ୍ରମ, ସମିର ଘଡେଇ, ବିଷ୍ଣୁପ୍ରିୟା ଘୋଷ, ହରିଶ୍ଚନ୍ଦ୍ର ପାଳ, ଜ୍ୟୋସ୍ନା ରାଣି କୋଇଲା, ରାଧାବଲ୍ଲଭ ପ୍ରଧାନ, ଜମୁନା ଅଧିକାରୀ, ଉମା ଘୋଷ ଓ ଦୀପକ କାପୁଡି ପ୍ରମୁଖ ସରପଞ୍ଚ ବଳରାମ ବର୍ଷାଳଙ୍କ ବିରୋଧରେ ଅଭିଯୋଗ ବାଢିବା ସହ ୧୧ ଜଣ ୱାର୍ଡସଭ୍ୟ ଓ ସଭ୍ୟାଙ୍କ ଦସ୍ତଖତ ସହିତ ଅନାସ୍ଥା ପ୍ରସ୍ତାବ ବାଢିଥିଲେ । ସରପଞ୍ଚଙ୍କ ମନମୂଖୀ କାର୍ଯ୍ୟ, ଉନ୍ନୟନ କାର୍ଯ୍ୟରେ ବାଧା, ପଞ୍ଚାୟତ ବୈଠକ ନିର୍ଦ୍ଦିଷ୍ଟ ସମୟରେ ନ ହେବା ଇତ୍ୟାଦି ବହୁ ଅଭିଯୋଗ ଉପଜିଲାପାଳଙ୍କ ନିକଟରେ ଆଗତ କରିଥିଲେ । ଏ ସଂପର୍କରେ ଉପଜିଲାପାଳ ଜଳେଶ୍ୱର ବିଡିଓଙ୍କୁ ୱାର୍ଡ ସଭ୍ୟ ସଭ୍ୟାମାନଙ୍କର ସ୍ୱହସ୍ତ ଦସ୍ତଖତ ଓ ତାଙ୍କର ପ୍ରକୃତ ଠିକଣା ସଂଗ୍ରହ ଲାଗି ନିର୍ଦ୍ଦେଶ ଦେଇଥିଲେ । ଜଳେଶ୍ୱର ବିଡିଓ ନିତ୍ୟାନନ୍ଦ ସାହୁ, ଜିପିଓ ସୁଜୟ କୁମାର ଚନ୍ଦ, ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ, ତାରାକାନ୍ତ ସେନାପତି, ବ୍ଲକ ସମ୍ମିଳନୀ କକ୍ଷରେ ଏ ସବୁର ଯାଞ୍ଚ କରିଥିଲେ । ସମସ୍ତଙ୍କ ଠିକଣା ଓ ଦସ୍ତଖତ ଠିକ୍ କରିବା ନେଇ ବିଡିଓ ପଠାଇଥିବା ରିପୋର୍ଟ ଜିଲ୍ଲା ପ୍ରସାଶନଙ୍କ ନିକଟରେ ହସ୍ତଗତ ହୋଇଛି ।

ରିପୋର୍ଟ : ଭୂପତି କୁମାର ପରିଡା