
ଜଳେଶ୍ୱର (ସମୃଦ୍ଧ ଓଡିଶା) ଆଜି ଜଳେଶ୍ୱର ଥାନା ପକ୍ଷରୁ ଥାନା ସମ୍ମୁଖରେ ମାକ୍ସ ଓ ହେଲମେଣ୍ଟ ଚେକିଂ ହୋଇଥିଲା । ଏବେ ବି ବହୁ ଅମାନିଆ ବିନା ମାକ୍ସ ଓ ହେଲମେଣ୍ଟରେ ଯାତାୟାତ କରୁଥିବାରୁ ପୋଲିସ୍ ଏପରି କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଥିବା ପୋଲିସ୍ ସୂତ୍ରରୁ ପ୍ରକାଶ ପାଇଛି । ଆଜି ୨୦ଜଣ ବ୍ୟକ୍ତି ବିନାମାକ୍ସ କିମ୍ବା ହେଲମେଣ୍ଟରେ ଯାତାୟାତ କରୁଥିବାରୁ ୧୦ହଜାର ଟଙ୍କା ଜୋରିମାନା ଆଦାୟ କରିଥିବା ଜଣାଯାଇଛି ।
ରିପୋର୍ଟ : ଭୂପତି କୁମାର ପରିଡା