
ଜଳେଶ୍ୱର (ସମୃଦ୍ଧ ଓଡିଶା) ସରକାରଙ୍କ ବିଭିନ୍ନ କଟକଣା କରୋନା ସମୟରେ ସାଧାରଣ ଲୋକେ ଅମାନ୍ୟ କରୁଥିବା ପରିଲକ୍ଷିତ ହେଉଛି । ବିଶେଷ କରି ମାକ୍ସ ଉପରେ ଗୁରୁତ୍ୱ ଦିଆଯାଉଥିବା ବେଳେ ବହୁ ବ୍ୟକ୍ତି ଏହାହକୁ ବେଖାତିର କରି ଯାତାୟାତ କରୁଥିବା ଦେଖିବାକୁ ମିଳୁଛି । ଜଳେଶ୍ୱର ଥାନା ପକ୍ଷରୁ ଏଥିନେଇ ଏକ ଯାଞ୍ଚ ପ୍ରକ୍ରିୟା ହୋଇ ଯାଇଛି । ଏଥିରେ ପ୍ରଶିକ୍ଷଣ ନେଉଥିବା ଡିଏସ୍ପି ଅଭିସେକ ପାଣିଗ୍ରାହୀ, ସ୍ୱରାଜ ଦେବତା ଓ ଏଏସ୍ଆଇ ନଗେନ୍ଦ୍ର ନାଥ ସେଠୀ ମାକ୍ସ ଲଗାଇ ନ ଥିବା ଲୋକଙ୍କ ଠାରୁ ଜୋରିମାନା ବାବଦକୁ ୨୩.୫ ହଜାର ଟଙ୍କା ଆଦାୟ କରାଯାଇଥିବା ଜଣାଯାଇଛି ।
ରିପୋର୍ଟ : ଭୂପତି କୁମାର ପରିଡା