

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଆଜି ଚିଦାନନ୍ଦ ଦିବ୍ୟଧାମ (ଦି ଡିଭାଇନ), ଅଗସ୍ତିନୂଆଗାଁ (ଗଞ୍ଜାମ) ଏବଂ ଶଙ୍କର ଚକ୍ଷୁ ଚିକିତ୍ସାଳୟ, ସମରଝୋଳ ଗଞ୍ଜାମ ମିଳିତ ଆନୁକୂଲ୍ୟରେ ମାଗଣା ପରଳ ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ କରାଯାଇଛି । ଏହି ଶିବିର ସକାଳ ୭.୩୦ ମିନିଟ ଠାରୁ ଆରମ୍ଭ ହୋଇଛି ଏବଂ ଏହା ମଧ୍ୟାହ୍ନ ୧୨.୩୦ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଏହି ଶିବିର ଚିଦାନନ୍ଦ ଦିବ୍ୟଧାମ, ଅଗସ୍ତିନୂଆଗାଁ ଠାରେ ଅନୁଷ୍ଠିତ କରାଯାଇଛି ।
ରିପୋର୍ଟ : ତ୍ରିନାଥ ବେହେରା
