ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ଗଜପତି ଜିଲ୍ଲା ରାୟଗଡ ବ୍ଲକ୍ ପାହାଡିଆ ଅଞ୍ଚଳରେ ଥିବା ଆଦିବାସୀ ବହୁଳ କେରାଣ୍ଡି ଗ୍ରାମ ସ୍ଥିତ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ “ରିଏଲସ” ସ୍ୱେଛାସେବା ଅନୁଷ୍ଠାନ ପକ୍ଷରୁ ମାଗଣା ସ୍ଵାସ୍ଥ୍ୟ ଚିକିତ୍ସା ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ମାଗଣା ସ୍ଵାସ୍ଥ୍ୟ ଚିକିତ୍ସା ଶିବିର କାର୍ଯ୍ୟକ୍ରମରେ ଅବସର ପ୍ରାପ୍ତ ଡାକ୍ତର ଗୁପ୍ତା ବାବୁ ଯୋଗଦେଇ ବିଭିନ୍ନ ରୋଗର ପରୀକ୍ଷା ଓ ଚିକିତ୍ସା କରିଥିଲେ । ମୁଖ୍ୟତଃ ଆଦିବାସୀ ବହୁଳ ପାହାଡିଆ ଅଞ୍ଚଳରେ ବସବାସ କରି ଆସୁଥିବା ଲୋକ ମାନଙ୍କୁ ଜଳିୟବାୟୁ ପରିବର୍ତ୍ତନ ସମୟରେ ବିଭିନ୍ନ ରୋଗ ସବୁ ହୋଇଥାଏ । ଏହି ଶିବିରରେ ୧୩୧ ଜଣ ରୋଗୀଙ୍କୁ ଚିକିତ୍ସା କରାଯାଇ ମାଗଣାରେ ଔଷଧ ସବୁ ଦିଆଯାଇଥିଲା । ଅନ୍ୟପକ୍ଷରେ ଏହି ରୋଗ କିଭଳି ଓ କେଉଁ ଯୋଗୁଁ ହୋଇଥାଏ ଏହାର ପ୍ରତିଷେଧକ ବ୍ୟବସ୍ଥା ପାଇଁ ତଦନ୍ତ ଡାକ୍ତରଙ୍କ ପରାମର୍ଶ ନେବା, ନିଜେ ସଫା ରହିବା ସହ ପରିବେଶ ସଫା ସୁତୁରା ରଖିବା, ପାଇଖିନା ବ୍ୟବହାର କରିବା ପ୍ରଭୃତି ଉପରେ ଗ୍ରାମ ବାସୀମାନଙ୍କୁ ସଚେତନତା କରାଇଥିଲେ । ଏହି ମାଗଣା ସ୍ଵାସ୍ଥ୍ୟ ଚିକିତ୍ସା ଶିବିର କାର୍ଯ୍ୟକ୍ରମକୁ “ରିଏଲସ” ଅନୁଷ୍ଠାନର କର୍ମୀ ଏସ. ଶୁଶିଳା ଓ କ୍ଷେତ୍ର ସଂଯୋଜକ ମହେଶ୍ୱର ନାୟକ ପ୍ରମୁଖ୍ୟ ପରିଚାଳନା କରିଥିଲେ ।
ରିପୋର୍ଟ : କୃଷ୍ଣ କୁମାର ବେହେରା