ବ୍ରହ୍ମପୁରରେ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଏକ ମାଗଣା ସ୍ୱାସ୍ଥ୍ୟ ରକ୍ଷା ଶିବିର ଆଜି ପ୍ରାତଃ ଆର୍ଯ୍ୟ ବୈଶ୍ୟ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି । ଏଠାରେ ଶତାଧିକ ରୋଗୀଙ୍କ ରକ୍ତ ଶର୍କରା, ରକ୍ତଚାପ ଓ ସନ୍ଧି ବାତ ପରୀକ୍ଷା କରି ଚିକିତ୍ସା ପରାମର୍ଶ ଯୋଗାଇ ଦିଆଯାଇଥିଲା । କବିରାଜ ଅନନ୍ତ ତ୍ରିପାଠୀ ଶର୍ମ୍ମା ଆୟୁର୍ବେଦ କଲେଜର ଡା. ନକୁଳ ସାହୁ ସମସ୍ତ ରୋଗୀଙ୍କୁ ଚିକିତ୍ସା କରିଥିଲେ । ଶିବିର ପରିଚାଳନାରେ ଶଙ୍କର ନାରାୟଣ, ଶ୍ରୀନିବାସ ରାଓ, ମୁରଲୀକ୍ରିଷ୍ନା ପ୍ରମୁଖ ସହଯୋଗ କରିଥିଲେ ।

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା