

ଢେଙ୍କାନାଳ (ସମୃଦ୍ଧ ଓଡିଶା) ମହାମାରୀ କରୋନା ଭୁତାଣୁ ସଂକ୍ରମଣ ଠାରୁ ଦୁରେଇ ରହିବାପାଇଁ କେନ୍ଦ୍ର ସରକାର ଲକ ଡାଉନ ଘୋଷଣା କରିବା ପରେ ସମସ୍ତ ଦୋକାନ ବଜ଼ାର ବନ୍ଦ ରହିବା ସହିତ ସମସ୍ତ ମଠ ମନ୍ଦିର ଆଧ୍ୟାତ୍ମିକ ସ୍ଥଳ ବି ବନ୍ଦ ରହିଛି । ଯାହା ଫଳରେ ଭକ୍ତମାନେ କପିଳାସରେ ଥିବା ଚନ୍ଦ୍ରଶେଖର ମହାଦେବଙ୍କ ଦର୍ଶନରୁ ମଧ୍ୟ ବଞ୍ଚିତ ହୋଇଛନ୍ତି । ସେଠାକୁ ଯାଉଥିବା ଭକ୍ତମାନଙ୍କ ଠାରୁ ମାଙ୍କଡ ମାନେ ଖାଇବାକୁ ପାଉଥିଲେ । ମନ୍ଦିର ବନ୍ଦ ରହିବାରୁ ମାଙ୍କଡ ମାନଙ୍କ ଖାଇବା ବି ବନ୍ଦ ହୋଇଯାଇଛି । ଠିକ ଏହି ସମୟରେ ସାଇ ସତସଙ୍ଗ ଅନୁଷ୍ଠାନ ମାଙ୍କଡ ମାନଙ୍କୁ ଖାଦ୍ୟ ଯୋଗେଇ ଆସୁଛି । ଦିନେ ଦିନେ ବ୍ୟବଧାନରେ ମାଙ୍କଡ ମାନଙ୍କ ପାଇଁ ଖାଦ୍ୟ ଯୋଗାଇ ଦେଉଛନ୍ତି।ଏହି କାର୍ଯ୍ୟ ଲକ ଡାଉନ ଶେଷ ପର୍ଯ୍ୟନ୍ତ ଚାଲିବ ବୋଲି ଅନୁଷ୍ଠାନ ତରଫରୁ କୁହାଯାଇଛି । ଏଭଳି ସେବା କାର୍ଯ୍ୟକୁ ବୁଦ୍ଧିଜୀବୀ ଭୁୟସୀ ପ୍ରଶଂସା କରିଛନ୍ତି ।
ରିପୋର୍ଟ : ଶୁଭମ ପାଣି