



ଫୁଲନଖରା(ସମୃଦ୍ଧଓଡିଶା) କଟକ ସଦର ଥାନା ଅଞ୍ଚଳରେ ମା ଦୁର୍ଗାଙ୍କୁ ଘଣ୍ଟୁଆଙ୍କ ଘଣ୍ଟ ଧ୍ବନି, ଯାଉଁଳି ଘୋଡ଼ା ନାଚ, ଯାଉଳି ଶେଣ୍ଢ ନାଚ, ନାଗ ନାଚ ପ୍ରଭୁତି ପାରମ୍ପରିକ ନୃତ୍ୟ ବାଦ୍ୟର ତାଳେ ତାଳେ ବିଦାୟ ଦିଆଯାଇଛି । ଏହି ଅବସରରେ ବାଲିକୁଦା ହରପାର୍ବତୀ ପୂଜା କମିଟି ପକ୍ଷରୁ ଏକ ସମ୍ବର୍ଦ୍ଧନା ସଭାର ଆୟୋଜନ କରାଯାଇଥିଲା । ପୂଜା କମିଟି ସଭାପତି ସନ୍ଦିପ ବେଉରା ଙ୍କ ସଭାପତିତ୍ବରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ କଟକ ସଦର ଥାନା ଭାରପ୍ରାପ୍ତ ଅଧିକାରୀ ଜଗନ୍ନାଥ ମଲ୍ଲିକ, ନୂତନ କରି ଗଢ଼ିଉଠିଥିବା ଆଞ୍ଚଳିକ ଶାନ୍ତି କମିଟି ସଭାପତି ନିମାଇଁ ଚରଣ ଲେଙ୍କା, ସମ୍ପାଦକ ସୁରେନ୍ଦ୍ର ନାଥ ମହାପାତ୍ର, ସଙ୍ଗଠନ ସମ୍ପାଦକ ଅନିଲ କୁମାର ବେଉରା, କୋଷାଧ୍ୟକ୍ଷ ସୁଶାନ୍ତ ମହାନ୍ତି, ଆଇନ ପରାମର୍ଶଦାତା ଦିଲ୍ଲିପ ମହାରଣା, ବରିଷ୍ଠ ସଦସ୍ୟ ଅଜୟ କୁମାର ଦାଶ, ରମେଶ ଚନ୍ଦ୍ର ପ୍ରଧାନ, ଆଦିତ୍ୟ ଛୋଟରାୟ , ସାମ୍ବାଦିକ କାନନ ବିହାରୀ ନାୟକ, ଆର୍ତ୍ତତ୍ରାଣ ମଲ୍ଲିକ, ରାଜ କିଶୋର ବେହେରା , ୧୦ ଗୋଟି ପୂଜା କମିଟିର ସଭାପତି ଓ ସମ୍ପାଦକ ମାନଙ୍କୁ ପୁଷ୍ପ ଗୁଛ, ଉତ୍ତରୀୟ ଓ ଭୋଗ ହାଣ୍ଡି ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଶରତ ଭୂଇଁଆ, ଧନଞ୍ଜୟ ବେଉରା, ଦୁଷ୍ମନ୍ତ ବେହେରା, ଅନିଲ ପରିଡ଼ା, ବିନୟ ନାୟକ, କମିଟିର ସମସ୍ତ ସଦସ୍ୟ ଓ ଗ୍ରାମବାସୀ ସହଯୋଗ କରିଥିଲେ । ସେହିପରି ଗୋପାଳପୁର ଦୂର୍ଗାପୂଜା କମିଟି ପକ୍ଷରୁ ମଧ୍ୟ ଗୋପାଳପୁର ଠାରେ ପୂଜା କମିଟି ସଭାପତି ରାଜେଶ ସ୍ବାଇଁ ଙ୍କ ସଭାପତିତ୍ବରେ ଏକ ସମ୍ବର୍ଦ୍ଧନା ସଭାର ଆୟୋଜନ କରାଯାଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଦିଲ୍ଲୀପ ମଲ୍ଲିକ, ପ୍ରଦିପ ବେହେରା, ଅତିରିକ୍ତ ଡିସିପି ଦେବଦତ୍ତ କର, ଆଞ୍ଚଳିକ ଶାନ୍ତି କମିଟି ସଭାପତି ନିମାଇଁ ଚରଣ ଲେଙ୍କା, ସମ୍ପାଦକ ସୁରେନ୍ଦ୍ର ନାଥ ମହାପାତ୍ର, କୋଷାଧ୍ୟକ୍ଷ ସୁଶାନ୍ତ ମହାନ୍ତି ସମେତ ଅଞ୍ଚଳର ମାନ୍ୟଗଣ୍ୟ ବ୍ୟକ୍ତିମାନଙ୍କୁ ସମ୍ମାନିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ କମିଟିର ସମସ୍ତ ସଦସ୍ୟ ଓ ଗ୍ରାମବାସୀ ପରିଚାଳନା କରିଥିଲେ । ଭଷାଣୀ ଶୋଭାଯାତ୍ରା ଶୃଙ୍ଖଳିତ କରିବା ପାଇଁ ପ୍ରତାପ ନଗରୀ, ଭାଣଫୁର, ଡାହାଳିଆଵାଗ, ବାଲିକୁଦା, ଗୋପାଳପୁର ର ମୁରବୀ, ଗ୍ରାମବାସୀମାନେ ସହଯୋଗ କରିଥିଲେ । ପ୍ରଶାସନର ତରଫରୁ ବ୍ୟାପକ ଫୋର୍ସ ମୁତୟନ କରାଯାଇଥିଲା । ଏଡିସିପି ଦେବଦତ୍ତ କର,ଏସିପି ଉମାକାନ୍ତ ପ୍ରଧାନ, ଆଇଆଇସି ଜଗନ୍ନାଥ ମଲ୍ଲିକ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ସମ୍ପାଦିତ ହୋଇଥିଲା ଭଷାଣୀ ଯାତ୍ରା । କାଠଯୋଡ଼ି ନଦୀରେ ହୋଇଥିବା ଅସ୍ଥାୟୀ ପୋଖରୀରେ ସମସ୍ତ ମେଢ଼ ଗୁଡ଼ିକୁ ବିସର୍ଜନ କରାଯାଇଥିଲା ।
ରିପୋର୍ଟ : ରଜତ ମହାପାତ୍ର