ମାଛଚୋରୀରେ ପୂର୍ବତନ ବିଧାୟକ ପୁତ୍ରଙ୍କ ସଂପୃକ୍ତି ନାହିଁ ବୋଲି ସାମ୍ବାଦିକ ସମ୍ମିଳନୀରେ ସ୍ପଷ୍ଟୋକ୍ତି…

ଜଳେଶ୍ୱର (ସମୃଦ୍ଧ ଓଡିଶା) ୬୦ନଂ ଜାତୀୟ ରାଜପଥରେ ଜିଟି ରେଷ୍ଟରେଣ୍ଟ ସନ୍ନିକଟସ୍ଥ ମାଛଗାଡିରୁ ମାଛଚୋରୀ ହୋଇଥିବା ଘଟଣାରେ ଜଳେଶ୍ୱର ପୂର୍ବତନ ବିଧାୟକ ପୁତ୍ରଙ୍କ ସଂପୃକ୍ତି ନାହିଁବୋଲି ଆଜି ସଂନ୍ଧ୍ୟାରେ ଏକ ସାମ୍ବାଦିକ ସମ୍ମିଳନୀରେ ସେ ପ୍ରକାଶ କରିଛନ୍ତି । ଘଟଣାରୁ ପ୍ରକାଶ ଗତ ୮ତାରିଖ ବିଳମ୍ବିତ ରାତିରେ କେନ୍ଦ୍ରାପଡାରୁ କୋଲକତା ଅଭିମୁଖେ ଯାଉଥିବା ପିକ୍ଅପ୍ ଓଡି୦୧ଟି-୧୭୫୧ରୁ ମାଛଚୋରୀ ଓ ପରେ ଲୁଟ ହୋଇଥିବା ଥାନାରେ ଅଭିଯୋଗ ହୋଇଥିଲା । ଏ ସଂପର୍କରେ ୧୯୦/୧୯ ରେ ଏକ ମାମଲା ରୁଜୁ ହୋଇଛି । ଏଥିରେ ୧୬ଜଣ ବ୍ୟକ୍ତି ସଂପୃକ୍ତ ଥିବାର ପୁଲିସ୍ ସୂତ୍ରରୁ ପ୍ରକାଶ । ଉକ୍ତ ରାତିରେ ପୁଲିସ୍ ଉପରୋକ୍ତ ପିକ୍ଅପ୍ ଓ ଲୁଟେରା ମାନଙ୍କ ପକ୍ଷରୁ ବ୍ୟବହୃତ ହୋଇଥିବା ବୋଲେରକୁ ପୁଲିସ୍ ଅଟକ ରଖିଛି । ଏହି ଘଟଣାରେ ଜଳେଶ୍ୱର ପୂର୍ବତନ ବିଧାୟକ ଜୟନାରାୟଣ ମହାନ୍ତିଙ୍କ ପୁତ୍ର ଦିବ୍ୟକାମ ମହାନ୍ତି ଓରଫ ଜିତେନ୍ ସଂପୃକ୍ତ ଥିବାର କେତେକ ଗଣମାଧ୍ୟମରେ ପ୍ରକାଶ ପାଇଥିଲା । ଏ ସଂପର୍କରେ ଆଜି ସନ୍ଧ୍ୟାରେ ବିଜେପି କାର୍ଯ୍ୟାଳୟ ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସେ ସଂପୃକ୍ତ ନ ଥିବାର ଦୃଢକ୍ତି ପ୍ରକାଶ କରିଛନ୍ତି । ଏହା ପ୍ରକାଶ ପାଇଥିବାରୁ ଦିବ୍ୟକାମ ମହାନ୍ତି ଓ ତାଙ୍କ ବାପା ପୂର୍ବତନ ବିଧାୟକ ଜୟନାରାୟଣ ମହାନ୍ତିଙ୍କ ସମ୍ମାନରେ ଆଞ୍ଚ ଆସିଥିବା ସେ ପ୍ରକାଶ କରିଛନ୍ତି । ତେଣୁ ସେ ଏହା ବିରୋଧରେ ଆଇନ୍ର ଆଶ୍ରୟ ନେଇ ମାନହାନି କେସ୍ କରିବେ ବୋଲି ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଥିଲେ । ଏହି ସାମ୍ବାଦିକ ସମ୍ମିଳନିରେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ଅଭିଜିତ୍ ପ୍ରଧାନ, ପୂର୍ବତନ ଜିଲାପରିଷଦ ସଦସ୍ୟ ଶାନ୍ତୁନୁ ପଟ୍ଟନାୟକ ଉପସ୍ଥିତ ଥିଲେ । ଏ ସଂପର୍କରେ ଜଳେଶ୍ୱର ଥାନା ଆଇଆଇସି ପ୍ରଦୀପ କୁମାର ମାଝୀଙ୍କୁ ପଚାରିବାରୁ ସେ ଏହି ମାଛଚୋରୀ ମୋକର୍ଦ୍ଦମାରେ ବିଧାୟକଙ୍କ ପୁତ୍ରଙ୍କ ସଂପୃକ୍ତି ନାହିଁବୋଲି ପ୍ରକାଶ କରିଥିଲେ ।

ରିପୋର୍ଟ : ଭୂପତି କୁମାର ପରିଡା