ମାଛ ମାରିବାକୁ ଯାଇ ବୁଡିମରିଥିବା ବିଧବା ପତ୍ନୀକୁ ମିଳିଲା କୃଷି ବୀମାରାଶି…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ବ୍ଲକ ଅନ୍ତର୍ଗତ କୋଟସାହି ପଂଚାୟତର ଗୋବର୍ଦ୍ଧନା ଗାଁର ରବିନ୍ଦ୍ର ନାଥ ସୁବର୍ଣ୍ଣରେଖା ନଦୀର ବନ୍ୟାରେ ଗତ ୨୦୧୬ ମସିହାରେ ବୁଡି ମରିଥିଲା । କିନ୍ତୁ ରାୟାଁରାମଚନ୍ଦ୍ରପୁର ସେବାସମବାୟ ସମିତିରେ ସେ କିଷାନ କ୍ରେଡିଟ୍ କାର୍ଡ ଧାରୀ ହୋଇଥିବାରୁ ସରକାରଙ୍କ ନିୟମରେ ତାଙ୍କ ବିଧବା ପତ୍ନ ହେମଲତାକୁ କୃଷିବୀମା ବାବଦକୁ ୫ଲକ୍ଷ ଟଙ୍କା ଦିଆଯାଇଛି । ବାଲେଶ୍ୱର-ଭଦ୍ରକ କେନ୍ଦ୍ର ସମବାୟ ବ୍ୟାଙ୍କ ଜଳେଶ୍ୱର ଶାଖା ପରିଚାଳକ ମୃତ୍ୟୁଞ୍ଜ ପ୍ରଧାନ ସେବା ସମବାୟ ସମିତି ସଭାପତି ସାବିତ୍ରୀ ଦାସ, ସୁପର ଭାଇଜର ଅଜୟ କର, ନିରଞ୍ଜନ ଦାସ, ସମିତିର ସମ୍ପାଦକ ନାରାୟଣ ଜେନା, ସହସଂପାଦକ ସୁଭାଶିଷ ପାଳ, ଉପସଭାପତି ସଂଧ୍ୟାରାଣୀ ଭୂୟାଁ, ଭୂପେନ ଚନ୍ଦ୍ର ବେହେରା, ବିଶିକେସନ ନାଥ, ଗୋପାଳ ରାଉତ, ରଶ୍ମିତା ନନ୍ଦ, ସଂଜୟ ନାଥ, ହରେନ୍ଦ୍ର ନାଥ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।

ରିପୋର୍ଟ : ଭୂପତି କୁମାର ପରିଡା