ମାଡି ଆସୁଥିବା ଭୟଙ୍କର ବାତ୍ୟା ‘ଫୋନି’ ପାଇଁ ପୋଲିସ ସମ୍ପୂର୍ଣ୍ଣ ପ୍ରସ୍ତୁୁତ: ଆଇଜି ଅମିତାଭ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ମାଡି ଆସୁଥିବା ଭୟଙ୍କର ବାତ୍ୟା ଫୋନିକୁ ଦୃଷ୍ଟିିରେ ରଖି ବ୍ରହ୍ମପୁର ଓ ଗଞ୍ଜାମ ପୋଲିସ ପୁରା ପ୍ରସ୍ତୁୁତ ରହିଛି । ଏନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ କରାଯାଇଛି । ଏହି ଅବସରରେ ଗଞ୍ଜାମ ଜିଲ୍ଲା ସ୍ୱତନ୍ତ୍ର ଦାୟିତ୍ୱରେ ଥିବା ଆଇଜି ଶ୍ରୀଠାକୁର ବୁଧବାର ବ୍ରହ୍ମପୁରରେ ପହଞ୍ଚିିଥିଲେ । ଗଞ୍ଜାମ ଓ ବ୍ରହ୍ମପୁରର ବିଭିନ୍ନ ଥାନା ଅଞ୍ଚଳର ପରିଦର୍ଶନ କରିଥିଲେ । ଆଜି ବ୍ରହ୍ମପୁର ଦକ୍ଷିିଣାଞ୍ଚଳରେ ଆଇଜିଙ୍କ କାର୍ଯ୍ୟାଳୟରେ ଦୁଇ ଜିଲ୍ଲାର ବରିଷ୍ଠ ପୋଲିସ ଅଧିକାରୀଙ୍କୁୁ ନେଇ ଅନୁଷ୍ଠିତ ସମୀକ୍ଷା ବୈଠକରେ ଆଇଜି ଅମିତାଭ ବାତ୍ୟା ମୁକାବିଲା ନେଇ ପୋଲିସ କେତେ ପ୍ରସ୍ତୁୁତ ରହିଛି ସେ ସମ୍ପର୍କରେ ସୂଚନା ଦେଇଥିଲେ । ସମସ୍ତ ଥାନାକୁ ଆବଶ୍ୟକୀୟ ସାମଗ୍ରୀ ଯୋଗାଇ ଦିଆଯାଇଥିବା ଗୋପାଳପୁର, ଚିକିଟି ଓ ଗୋଳନ୍ଥରା ଥାନା ଅଧିନରେ ଥିବା ଲୋକଙ୍କୁୁ ସୁରକ୍ଷିିତ ସ୍ଥାାନକୁ କିପରି ଅଣାଯାଇପାରିବ ସେହି କାର୍ଯ୍ୟରେ ପୋଲିସ ବାହିନୀ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି ବୋଲି କହିଥିଲେ ଏବଂ କିପରି କରାଯିବ ସେ ସମ୍ପକରେ ଆଲୋଚନା କରାଯାଇଥିଲା । ଏହି ଦୁଇ ଜିଲ୍ଲାରେ ୨ଟି ଏନଡିଆରଏଫ ଓ ୨ ଟି ଓଡ୍ରାଫ୍ ୟୁନିଟ ସହ ୧୦ ପ୍ଳାଟୁନ ପୋଲିସ ସଜାଗ ରହିଛନ୍ତିି ବୋଲି ଆଇଜି(ସ୍ପେସିଆଲ ଆର୍ମଡ ପୋଲିସ) ଅମିତାଭ ଠାକୁର ସୂଚନା ଦେଇଥିଲେ । ଦୁଇ ପୋଲିସ ଜିଲ୍ଲାର ସମସ୍ତ ଥାନାର କର୍ମଚାରୀଙ୍କୁ ନିଜ ଥାନାରେ ଏକତ୍ର କରି ବାତ୍ୟା ପାଇଁ ପ୍ରସ୍ତୁୁତ ରହିବାକୁ ଅଧିକାରୀଙ୍କୁୁ ନିର୍ଦେଶ ଦେଇଥିଲେ । ବିଶେଷ କରି ବାତ୍ୟା ପରେ ରାସ୍ତାରେ ଗଛ ଓ ଦୋକାନର ଭଗ୍ନାବଶେଷ ପଡ଼ି ରାସ୍ତା ଅବରୋଧ ହେବାର ସମ୍ଭାବନା ରହିଥିବାରୁ ରାସ୍ତା ସଫେଇ କାର୍ଯ୍ୟକ୍ରମ ପୋଲିସର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ । ସବୁ ଥାନାରେ ଆବଶ୍ୟକୀୟ ଦଉଡି, ପଲିଥିନ, ଜେନେରେରଟର ଓ ଗାଡି ପାଇଁ ତେଲ, କ୍ୟାଣ୍ଡଲ, ପାନୀୟ ଜଳ ମହଜୁଦ ରଖିବାକୁ କହିଥିଲେ । ପୋଲିସ କର୍ମଚାରୀଙ୍କ ସମେତ ହୋମଗାର୍ଡ, ଯବାନ ଓ ସ୍ୱେଚ୍ଛାସେବୀଙ୍କୁୁ ନେଇ ଦିନରାତି କାର୍ଯ୍ୟକ୍ରମରେ ଲାଗିପଡ଼ିବାକୁ କହିଥିଲେ । ଯେହେତୁ ଫାଇଲିନ ଓ ହୁଡହୁଡ ସହ ତିତିଲି ବେଳରେ ଗଞ୍ଜାମ ଜିଲ୍ଲାରେ ପୋଲିସର କାର୍ଯ୍ୟ ପ୍ରଶଂସନୀୟ ରହିଆସିଛି ତେଣୁ ଚଳିତ ବାତ୍ୟାକୁ ମଧ୍ୟ ସାହାସର ସହ ମୁକାବିଲା କରିବାକୁ ଅଧିକାରୀଙ୍କୁୁ କହିଥିଲେ । କୋରକାଷ୍ଟାଗାର୍ଡ ସହ ପୋଲିସ ଆଲୋଚନା କରି ବାତ୍ୟା ମୁକାବିଲା ନେଇ ଯୋଜନା ପ୍ରସ୍ତୁୁତ କରିସାରିଛି । ସେହିପରି ଆସିକା ଓ ସୋରଡାରେ ୨ ଟି ଜାତୀୟ ବିପର୍ଯ୍ୟୟ ପ୍ରଶମନ ବଳ(ଏନଡିଆରଏଫ) ଓ ଛତ୍ରପୁର ଓ ଚିକିଟିରେ ୨ ଟି ଓଡ଼ିଶା ବିପର୍ଯ୍ୟୟ ତ୍ୱରିତ ଆକ୍ସନ ଫୋର୍ସର(ଓଡ୍ରାଫ୍) ୟୁନିଟ ପ୍ରସ୍ତୁୁତ ରହିଥିବା ବେଳରେ ଲୋକଙ୍କୁୁ ସ୍ଥାନାନ୍ତର ତଥା ବାତ୍ୟା ପରବର୍ତ୍ତୀ ସ୍ଥିିତି ମୁକାବିଲା ପାଇଁ ୧୦ ପ୍ଳାଟୁନ ପୋଲିସ ଫୋର୍ସ ସଜାଗ ରହିଛି ବୋଲି ଆଇଜି କହିଥିଲେ । ଏହି ବୈଠକରେ ଗଞ୍ଜାମ ଏସପି ବ୍ରିଜେଶ ରାୟ, ବ୍ରହ୍ମପୁର ଏସ୍ପି ପିନାକ ମିଶ୍ର, ସଦର ଏସଡିପିଓ ଜୟନ୍ତ ମହାପାତ୍ର, ଟାଉନ ଏସଡିପିଓ ବିଷ୍ଣୁୁପ୍ରସାଦ ପତି, ଡିଏସପି ଜେ.କେ ପଟ୍ଟନାୟକ ଓ ଅଜୟ ମିଶ୍ରଙ୍କ ସମେତ ବିଭିନ୍ନ ଥାନାର ଅଧିକାରୀ ଅଂଶ ଗ୍ରହଣ କରିଥିଲେ ।

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା