ମାତିଲେ ଲୁଟେରା:ବାଇକ ଡିକି ଭାଙ୍ଗି ୨ଲକ୍ଷ ଟଙ୍କା ଲୁଟ…

ଦିଗପହଣ୍ଡି(ସମୃଦ୍ଧ ଓଡିଶା)ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ମୁଖ୍ୟ ରାସ୍ତା ପାର୍ଶ୍ବରେ ଥିବା ଭାରତୀୟ ଷ୍ଟେଟ ବ୍ୟାଙ୍କ ନିକଟରୁ ସୋମବାର ଦିନ ଅପରାହ୍ନ ପ୍ରାୟ ଗୋଟାଏ ସମୟରେ ବାଇକ ଡିକି ଚାବି ଖୋଲି କୋୖଣସି ଦୁର୍ବୁତ୍ତ ଜଣେ ଚାଷୀଙ୍କ ୨ ଲକ୍ଷ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି। ଲୁଟର ଶିକାର ହୋଇଥିବା ଚାଷୀ ଜଣକ ହେଲେ ଗୁହାଳପୁର ଗ୍ରାମର ସତ୍ୟନାରାୟଣ ଅଧିକାରୀ ଖବର ପାଇ ଦିଗପହଣ୍ଡି ଆଇଆଇସି ବସନ୍ତ କୁମାର ସେଠୀ ଘଟଣା ସ୍ଥଳରେ ପହଞ୍ଚି ସବିଶେଷ ତଦନ୍ତ କରିବା ସହ ୨ ଜଣ ସନ୍ଦିଗ୍ଧ ଯୁବକଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଥିବା ଜଣାପଡ଼ିଛି। ଏ ନେଇ ସତ୍ୟନାରାୟଣଙ୍କ ଏତାଲା କ୍ରମେ ଥାନା ମାମଲା ନଂ ୨୦୭/୧୯ ଦଫା ୩୭୯ ଅନୁଯାୟୀ ମକଦ୍ଦମା ରୁଜ୍ଜୁ କରାଯାଇଛି। ସତ୍ୟନାରାୟଣଙ୍କ କହିବା ପ୍ରକାରେ ସେ ଧାନ ବିକ୍ରି କରି ପାଇଥିବା ୨ ଲକ୍ଷ ଟଙ୍କା ବ୍ୟାଙ୍କରେ ଜମା କରିବାକୁ ଦିଗପହଣ୍ଡି ଆନ୍ଧ୍ର ବ୍ୟାଙ୍କକୁ ଆସିଥିଲେ । ତାଙ୍କର ପାନ୍ କାର୍ଡ ନଥିବାରୁ ଶାଖା ପରିଚାଳକ ମନା କରିଦେଇଥିଲେ । ସେ ଟଙ୍କା ଫେରସ୍ତ ଆଣି ବାଇକ ଡିକିରେ ରଖି ଷ୍ଟେଟ ବ୍ୟାଙ୍କକୁ ଯାଇଥିଲେ । ବ୍ୟାଙ୍କ ଭିତରକୁ ଯାଇ ଟଙ୍କା ଜମା ସଂପର୍କରେ କର୍ମଚାରୀଙ୍କ ସହ ଆଲୋଚନା କରି ଫେରିବା ବେଳେ ବାଇକ ଡିକି ଖୋଲା ଥିବା ଦେଖି ସେ ହତଚକିତ ହୋଇ ପଡ଼ିଥିଲେ। ପରେ ଥାନାରେ ପହଞ୍ଚି ଏତଲା ଦେଇଥିଲେ । ପୋଲିସ ବ୍ୟାଙ୍କ ସିସିଟିଭି ଫୁଟେଜକୁ ଯାଞ୍ଚ କରିଛନ୍ତି। ଖୁବ୍ ଶୀଘ୍ର ଅଭିଯୁକ୍ତ ଧରା ପଡି ଯିବେ ବୋଲି ଆଇଆଇସି କହିଛନ୍ତି ।ଏଭଳି ରାଜ୍ୟରେ ଅନେକ ସହର ଓ ଗ୍ରାମାଞ୍ଚଳରେ ଘଟିଥିବା ଶୁଣିବାକୁ ମିଳିଛି । ତଥାପି ବ୍ୟାଙ୍କ କର୍ତ୍ତୃପକ୍ଷ ବିହିତ କାର୍ଯ୍ୟନୁଷ୍ଠାନ ନ ନେବା ଦୁର୍ଭାଗ୍ୟର ବିଷୟ ବୋଲି ବୁଦ୍ଧିଜୀବୀ ମାନେ ମତଦେଇଛନ୍ତି । ସେ ଜଣେ ଚାଷୀ । ବ୍ୟାଙ୍କ ଯଦିଓ ଜମା ଟଙ୍କା ଡିପୋଜିଟ ନେଇଯାଇଥାନ୍ତା ପରେ ପାନ କାର୍ଡ ଦେଖାଇବାକୁ କହିଥାନ୍ତେ ତେବେ ଏପରି ସେ ଟଙ୍କା ଲୁଟ ହୋଇଥାନ୍ତା କି ବୋଲି ବୁଦ୍ଧିଜୀବୀ ପ୍ରଶ୍ନ କରୁଛନ୍ତି । ଏଭଳି ସଚେତନତା ସୃଷ୍ଟି କରାଯାଇ ବ୍ୟାଙ୍କ କୁ ଅବଗତ କରାଇବା ନିମନ୍ତେ ବୁଦ୍ଧିଜୀବୀ ମାନେ କହିଛନ୍ତି ।

ରିପୋର୍ଟ: ରବି କୁମାର ଶର୍ମା (ଦକ୍ଷିଣାଂଚଳ ବ୍ୟୁରୋଚିଫ ନିମାଇଁ ଚରଣ ପଣ୍ଡାଙ୍କ ଜରିଆରେ )