ଜଳେଶ୍ୱର (ସମୃଦ୍ଧ ଓଡିଶା) ଗୋପୀମୋହନପୁର ପଞ୍ଚାୟତର ଛମୌଜସ୍ଥିତ ମାଧବଚନ୍ଦ୍ର ଉଚ୍ଚ ବିଦ୍ୟାଳୟର ୧୯୭୯-୮୨ ବ୍ୟାଚ୍ ମ୍ୟାଟ୍ରିକ୍ ଛାତ୍ରଙ୍କ ବନ୍ଧୁ ମିଳନ ଉତ୍ସବ ବିଜୟା ଦଶମୀରେ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ସଭାରେ ପୂର୍ବତନ ପ୍ରଧାନ ଶିକ୍ଷକ ଶରତଚନ୍ଦ୍ର ପ୍ରଧାନ ଅଧ୍ୟକ୍ଷତା କରି ବଂଧୁମିଳନର ଆବଶ୍ୟକତା ସଂପର୍କରେ କହିଥିଲେ । ଡ. ଅଜିତ୍ କୁମାର ମହାନ୍ତି ପ୍ରାରମ୍ଭିକ ସୂଚନା ଦେଇ ୪୦ବର୍ଷ ପୂର୍ବ ସ୍ମୃତି ମନ୍ଥନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଆବାହକ ଗୋବିନ୍ଦ ପ୍ରମାଣିକ, ଆରତୀ ପତି, ଅମୂଲ୍ୟ ନନ୍ଦ, ମିନାକ୍ଷୀ ପ୍ରଧାନ, ଗଶେଷ ଭୂୟାଁ, ଆଶାଲତା ଜେନା, ମିନତୀ ଜେନା, ବିଣାପାଣି କାମିଳା, ଚୈତନ୍ୟପ୍ରସାଦ ଜେନା, ଅରୁଣ ଧଳ, ସତ୍ୟନାରାୟଣ ଜେନା, ଆଶାଲତା ଦାସ, ଅର୍ଚ୍ଚନା ତ୍ରିପାଠୀ, ସୁଶୀଲ ଧର, ପ୍ରଶନ୍ନ ଜେନା, ଅନୟ ରାୟ, ହରିଶ୍ଚନ୍ଦ୍ର ନାୟକ, କୃପାସିନ୍ଦୁ ଦାସ, ପ୍ରଦୀପ ଧଳ, ରାଜକିଶୋର ଜେନା ପ୍ରମୁଖ ବହୁ ପୁରାତନ ଛାତ୍ରଛାତ୍ରୀ ଅନୁଭୂତି ବଖାଣିଥିଲେ । ଦିବଂଗତ ଶିକ୍ଷକମାନଙ୍କ ପ୍ରତି ଶ୍ରଦ୍ଧାସୁମନ ଜ୍ଞାପନ ସହିତ ପ୍ରତ୍ୟେକେ ଅତୀତର ସ୍ମୃତି ବର୍ଣ୍ଣନା କରିଥିଲେ । ଅବସରପ୍ରାପ୍ତ ଶିକ୍ଷକ କ୍ଷଗେନ୍ଦ୍ର ନାଥ ପ୍ରମାଣିକ, ଉଦୟ ନାରାୟଣ ପାତ୍ର, ଶଶାଙ୍କ ଶେଖର ମହାନ୍ତି, ଗୌରାଙ୍ଗ ବାନାର୍ଜୀ, ବିନୋଦ ବିହାରୀ ମହାପାତ୍ର, ଭାଗବତ ମହାନ୍ତି ଓ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମନୋରଂଜନ ଦାସ ପ୍ରମୁଖ ଭାରତୀୟ ସଂସ୍କୃତି ମଧ୍ୟରେ ଗୁରୁ ଛାତ୍ର ସୁସଂପର୍କ ସଂପର୍କରେ ବର୍ଣ୍ଣନା କରିବା ସହିତ ପୁରାତନ ଛାତ୍ରଛାତ୍ରୀଙ୍କ ଶୁଭ ମନାସୀଥିଲେ । ବିଦ୍ୟାଳୟର ଉନ୍ନତିଲାଗି ଆର୍ଥିକ ସହାୟତା ପ୍ରଦାନଲାଗି ପ୍ରତିଶୃତବନ୍ଦ ହେବା ସହିତ ସମସ୍ତ ଶିକ୍ଷକମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।
ରିପୋର୍ଟ : ଭୂପତି ପରିଡା