ମାଧବଚନ୍ଦ୍ର ହାଇସ୍କୁଲର ବାର୍ଷିକ ଉତ୍ସବ-ଶିକ୍ଷକଙ୍କ ପରି ଅଭିଭାବକ ମଧ୍ୟ ଶିକ୍ଷା ଗୁରୁ : ନୈତିକତା ଓ ଶୃଙ୍ଖଳାପ୍ରତି ଦିଆଯାଉ ଗୁରୁତ୍ୱ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ବିଦ୍ୟାଳୟର ଚାରିକାନ୍ଥ ମଧ୍ୟରେ ଜଣେ ଶିକ୍ଷକ ଶିକ୍ଷାଦାନ ଦେଉଥିବା ବେଳେ ପରିବାରର ସଦସ୍ୟମାନେ ମଧ୍ୟ ଛାତ୍ରଟିକ ଶିକ୍ଷା ଦେଇଥାନ୍ତି । ତେଣୁ ଉଭୟେ ଗୁରୁ ପଦବାଚ୍ୟ ହୋଇଥିବା ବେଳେ ସେମାନଙ୍କୁ ନୈତିକତା, ଶୃଙ୍ଖଳାଜ୍ଞାନ ଓ ସଂସ୍କୃତି ସମ୍ପନ୍ନ ହେବାଲାଗି ପ୍ରଚେଷ୍ଟା କଲେ ସମାଜର ସାମଗ୍ରୀକ ବିକାଶ ଘଟିପାରନ୍ତି ବୋଲି ଜଳେଶ୍ୱର ଗୋଷ୍ଠୀଶିକ୍ଷା ଅଧିନରେ ଥିବା ମାଧବଚନ୍ଦ୍ର ହାଇସ୍କୁଲର ବାର୍ଷିକ ଉତ୍ସବରେ ମତପ୍ରକାଶ ପାଇଛି । ବିଦ୍ୟାୟଳ ପରିସରରେ ଆୟୋଜିତ ଏହି ଉତ୍ସବରେ ପ୍ରଧାନ ଶିକ୍ଷକ ମନୋରଂଜନ ଦାସ ଅଧ୍ୟକ୍ଷତା କରିଥିଲେ । ମୁଖ୍ୟ ଅତିଥିଭାବେ ବିଗିଶ୍ୱରୀ ସଂସ୍କୃତ ମହାବିଦ୍ୟାଳୟର ଅଧ୍ୟକ୍ଷ ବିବେକାନନ୍ଦ ସାହୁ ଯୋଗ ଦେଇ ସାମ୍ପ୍ରତିକ ଶିକ୍ଷାରେ ନୈତିକତା ଶୃଙ୍ଖଳା ନ ଥିବାରୁ ନ ଥିବାରୁ ଶିକ୍ଷାର ମାନ ହ୍ରାସ ପାଉଛି । ତେଣୁ ମେଧାଶକ୍ତି ବୃଦ୍ଧି ସହିତ ସଂସ୍କୃତି ସମ୍ପର୍କରେ ଶିକ୍ଷା ଦେବା ଉଚିତ୍ ବୋଲି କହିଥିଲେ । ସମ୍ମାନୀତ ଅତିଥିଭାବେ ଗୋପିମୋହନପୁର ସରପଂଚ ରବିନ୍ଦ୍ର ଜେନା, ଏବିଇଓ ସୁଶାନ୍ତ କୁମାର ଜେନା, ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ବନବିହାରୀ ଦାସ, ପରିଚାଳନା କମିଟି ଅଧ୍ୟକ୍ଷ ପ୍ରଦୀପ କୁମାର ପ୍ରଧାନ, ପୂର୍ବତନ ପ୍ରଧାନ ଶିକ୍ଷକ ଶରତ କୁମାର ପ୍ରଧାନ, ସମାଜସେବୀ ଭୁପତିପତି, ଅବସରପ୍ରାପ୍ତ ଶିକ୍ଷକ ରବିନ୍ଦ୍ର ପ୍ରଧାନ, ସିଆରସିସି ମିନାକ୍ଷି ଦେ, ରୁଟାରିଆନ୍ ସୁକୁମାର ରଣା ପ୍ରମୁଖ ଯୋଗ ଦେଇ ସୁ-ନାଗରିକ ହେବାଲାଗି ଶୃଙ୍ଖଳିତ ସେବା ମନୋବୃତି ରହିବା ଉଚିତ୍ ବୋଲି କହିଥିଲେ । ଏଥିରେ ରାଜ୍ୟର ବିଜ୍ଞାନ ପ୍ରଦର୍ଶନୀରେ ଛାତ୍ର ବଦ୍ରିନାରାୟଣ ପଣ୍ଡା, ରାଜ୍ୟ କବାଡିରେ ସନ୍ତୋଷ କୁମାର ଜେନା, ମ୍ୟାଟ୍ରିକ୍ରେ ସର୍ବାଧିକ ନମ୍ବର ରଖିଥିବା ପ୍ରିୟଦର୍ଶନୀ ସାମଲ, ଓଡିଆରେ ସର୍ବାାଧିକ ନମ୍ବର ରଖିଥିବା ସ୍ୱାଗତିକା ଜେନା ଓ ମୋନାଲିସା ସାହୁଙ୍କୁ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ କୃତିଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା ।

ରିପୋର୍ଟ : ଭୂପତି କୁମାର ପରିଡା