ମାନବିକତା ଏବେବି ବଞ୍ଚିଛି:କଟକରୁ ହଜିଥିବା ଅର୍ଦ୍ଧ ସାମରିକ ବଳଙ୍କ ବ୍ୟାଗ୍ ଫେରି ପାଇଲେ ଯୁବକ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଗତକାଲି ସଂଧ୍ୟା ସମୟରେ ଜଳେଶ୍ୱର ନୂଆବଜାର ଅଂଚଳର ଯୁବକ ଜୟନାରାୟଣ କୁଣ୍ଡୁ (ମୁନିଆ) କଟକ ରେଳ ଷ୍ଟେସନରେ ବସିଥିବା ବେଳେ ତାଙ୍କ ନିକଟରେ ଏକ ବ୍ୟାଗ କେହିଜଣେ ଛାଡି ଯାଇଥିବାର ଦେଖିବାକୁ ପାଇଥିଲେ । ଟ୍ରେନକୁ ଅପେକ୍ଷା କରି ବହୁ ସମୟ ଧରି ଅପେକ୍ଷା କରିବା ପରେ କେହି ସେ ବ୍ୟାଗଟିକୁ ନ ନେବାରୁ ତାଙ୍କର ଟ୍ରେନ୍ ଆସିଯାଇଥିବା ଜଳେଶ୍ୱର ଅଭିମୁଖେ । ସେ ତତକ୍ଷଣାତ ପୋଲିସକୁ ଖବର ଦେଇ ନ ପାରି ଅନ୍ୟ କେହି ନେଇ ପଳାଇଯିବା ଭାବି ତାଙ୍କ ସାଥିରେ ବ୍ୟାଗଟିକୁ ଜଳେଶ୍ୱର ନେଇ ଆସିଥିଲେ । ମାତ୍ର ଆଜି ସକାଳେ ଉକ୍ତ ବ୍ୟାଗରୁ ଠିକଣା ଖୋଜିବା ପରେ ଜାଣିବାକୁ ପାଇଲେ ଯେ ସେ ବ୍ୟାଗ ଜଣେ ଅର୍ଦ୍ଧବଳ ସାମରିକଙ୍କର । ତେଣୁ ସେ ତୁରନ୍ତ ଜଳେଶ୍ୱର ନୋଡାଲ ହାଇସ୍କୁଲର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ସୁନିଲ କୁମାର ନାୟକ ଓ ଏନସିସି ସି.ଟି.ଓ ହରେକୃଷ୍ଣ ଜେନାଙ୍କୁ ଜଣାଇଥିଲେ । ଶିକ୍ଷକମାନେ ବହୁଚେଷ୍ଟା କରି ଜାଣିବାକୁ ପାଇଲେ ଯେ କଟକ ଚାରବାଟିସ୍ଥିତ ବାୟୁସେନାରେ ଚାକିରି କରୁଥିବା କେ.ବି. ପଣ୍ଡା (୬୯୧୧୯)ଙ୍କର । ଶେଷରେ ଉକ୍ତ ଅଫିସ୍କୁ ଜଣାଇବା ପରେ ସେଠାରୁ ଆସିଥିବା ସନ୍ତୋଷ ମାଝୀଙ୍କୁ ଉକ୍ତ ବ୍ୟାଗଟି ଫେରାଇ ଦିଆଯାଇଛି । ତାଙ୍କ ସହିତ ଆସିଥିବା ଅନ୍ୟ ଜଣେ ଅର୍ଦ୍ଧସାମରିକ ବଳ ସମସ୍ତଙ୍କୁ ଧନ୍ୟବାଦ ଦେବା ସହିତ ଶ୍ରୀ କୁଣ୍ଡୁଙ୍କୁ ଅଶେଷ ଧନ୍ୟବାଦ ଜଣାଇଛନ୍ତି । ଉକ୍ତ ବ୍ୟାଗ୍ରେ ଶ୍ରୀ ପଣ୍ଡାଙ୍କର ବହୁ ଗୁରୁତ୍ୱପୂର୍ଣ୍ଣ ସାର୍ଟିଫିକେଟ ଓ କାଗଜପତ୍ର ରହିଥିଲା ।

ରିପୋର୍ଟ : ଭୂପତି କୁମାର ପରିଡା