

ହିଞ୍ଜିଳିକାଟୁ (ସମୃଦ୍ଧ ଓଡିଶା) ଆଜି ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଛି । ସକାଳ ୯:୦୦ ସମୟରେ ଗଞ୍ଜାମ ଜିଲ୍ଲା ଜିଲ୍ଲାପାଳ ଶ୍ରୀଯୁକ୍ତ ବିଜୟ ଅମୃତ କୁଲାଙ୍ଗେ ହିଞ୍ଜିଳିକଟୁରୁ ଶେରଗଡ଼ ବ୍ଲକରେ ଅନୁଷ୍ଠିତ ହେଉଥିବା ମାଗଣା ସ୍ୱାସ୍ଥ୍ୟ ଶିବିର କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଉଥିବା ସମୟରେ ଶେରଗଡ଼ବ୍ଲକ ଅନ୍ତର୍ଗତ ମାରୁଡି ଗ୍ରାମ ରାସ୍ତା ଉପରେ ଏକ ରୋଡ଼ ଦୁର୍ଘଟଣାରେ ଆହତ ହୋଇଥିବା ବ୍ୟକ୍ତି ଶିବ ପ୍ରଧାନକୁ ନିଜ ଗାଡ଼ିରେ ନେଇ ହିଞ୍ଜିଳିକଟୁ ଡାକ୍ତରଖାନାରେ ଭର୍ତି କରିଥିଲେ ନିଜେ ଉପସ୍ଥିତରେ ରହି ଡାକ୍ତରଙ୍କୁ ଉତ୍ତମ ଚିକିତ୍ସା ନିମନ୍ତେ ପରାମର୍ଶ ଦେଇ ଥିଲେ । ଶେରଗଡ ମାରୁଡି ଗାଁ ଛକରେ ଅଟୋରିକ୍ସା ବାଇକ ମଧ୍ୟରେ ଦୁର୍ଘଟଣା ଘଟିଥିଲା । ଫଳରେ ଶିବ ଗୁରୁତର ଆହତ ହୋଇଥିଲା । ଠିକ ସେତିକି ବେଳେ ଜିଲ୍ଲାପାଳ ସେପଟଦେଈ ଶେରଗଡ଼ ଯାଉଥିଲେ । ଶିବ ମୁମୂର୍ଷ ଅବସ୍ଥାରେ ଥିବା ଦେଖି ଜିଲ୍ଲାପାଳ କାଳବିଳମ୍ବ ନକରି ଆମ୍ବୁଲାନ୍ସକୁ ଅପେକ୍ଷା ମଧ୍ୟ ନ କରି ନିଜ ଗାଡିରେ ଆହତ ବ୍ୟକ୍ତିକୁ ହିଞ୍ଜିଳି ମେଡିକାଲକୁ ନେଇ ଆସି ତୁରନ୍ତ ଚିକିତ୍ସା ପାଇଁ ଡାକ୍ତରଙ୍କୁ ପରାମର୍ଶ ଦେଲେ । ଏ ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଛି ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା

