ବ୍ରହ୍ମପୁର (ସମୃଦ୍ଧ ଓଡିଶା) ସମାଜବାଦୀ ଅନୁଷ୍ଠାନ ମାନବ ଅଧିକାର ସୁରକ୍ଷା ମଞ୍ଚ ପକ୍ଷରୁ ଭାରତର ସ୍ୱାଧୀନତା ସଂଗ୍ରାମୀ ତଥା ଆପୋଷହୀନ ଧାରାର ମହାନାୟକ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୩ ତମ ଜୟନ୍ତୀ ପାଳନ ହୋଇଯାଇଛି । ସ୍ଥାନୀୟ ଟାଉନହଲ ରୋଡ଼ ସ୍ଥିତ ନେତାଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପରେ ଏକ ଜନସଭା ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟତଃ ଭାରତର ସ୍ୱାଧୀନତା ସଂଗ୍ରାମର ଦୁଇଟି ଧାରା ମଧ୍ୟରୁ ସାଲିସବିହୀନ ସଂଗ୍ରାମକୁ ଉଜ୍ଜିନୀତ କରି ରଖିଥିବା ମହାନାୟକ ନେତାଜୀଙ୍କ ସଂଗ୍ରାମମୟ ଜୀବନ ସଂପର୍କରେ ଆଲୋଚନା କରାଯାଇ ସାଂପ୍ରତିକ ସ୍ଥିତିରେ ପୁଞ୍ଜିବାଦୀ, ସାମ୍ପ୍ରଦାୟିକ ଶକ୍ତି ଗୁଡିକୁ ପ୍ରତିହତ କରି କବରଦେବା ପାଇଁ ସମସ୍ତ ଛାତ୍ର ଓ ଯୁବ ସମାଜର ମୁଖ୍ୟ କର୍ତ୍ତବ୍ୟ ବୋଲି ଉପସ୍ଥିତ ବକ୍ତାମାନଙ୍କଠାରୁ ପ୍ରକାଶ ପାଇଛି । ଏଥିରେ ସାଥି ଶଙ୍କର ସାହୁ, ନୀଳାଞ୍ଚଳ ନନ୍ଦ, ମନୋଜ ତରାଇ, ଅବନୀ ଗୟା, ପ୍ରଫୁଲ୍ଲ କୁମାର ପଶୁପାଳକ, ଶ୍ୟାମ ସୁନ୍ଦର ଷଡ଼ଙ୍ଗୀ, ସନ୍ତୋଷ ପ୍ରସାଦ ବେହେରା, ଡ଼ଃ. ଡମ୍ବରୁ ଧର ସାହୁ, ଗଗନ ଚନ୍ଦ୍ର ମଲ୍ଲିକ, ପ୍ରଭାତ ନାହାକ, ସୁବାସ ଚନ୍ଦ୍ର ପାତ୍ର, ଏସ. ଶାମୁଶିବ ରାଓ, ମାଗୁଣି ନାହାକ, ପୂର୍ଣ୍ଣ ଚନ୍ଦ୍ର ମହାରଣା, ସୁରେଶ ଚନ୍ଦ୍ର ତ୍ରିପାଠୀ ଯୋଗ ଦେଇଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା